May 18, 2026

ଚୀନରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

1 min read

ନୂଆଦିଲ୍ଲୀ : ଚୀନରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ତିଆନଜିନ୍‌ରେ ମୋଦୀଙ୍କୁ କରାଯାଇଛି ଭବ୍ୟ ସ୍ୱାଗତ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାତ ବର୍ଷ ପରେ ଚୀନ ଗସ୍ତରେ ରହିଛନ୍ତି । ଚୀନରେ ପ୍ରଧାନମନ୍ତ୍ରୀ ମୋଦୀ ଏସସିଓ ସମ୍ମିଳନୀରେ ଯୋଗ ଦେବେ। ଚୀନରେ ପ୍ରଧାନମନ୍ତ୍ରୀ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଏବଂ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ମଧ୍ୟ ସାକ୍ଷାତ କରିବେ। ଆମେରିକା ସହିତ ଶୁଳ୍କ ବିବାଦ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଚୀନ ଗସ୍ତ ହେଉଛି ଏବଂ ଏହାକୁ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି।