October 25, 2024

ଜୁଲାଇରୁ ଶସ୍ତା ହୋଇପାରେ ଏସବୁ ଜରୁରୀ ଔଷଧର ଦାମ୍

1 min read

ନୂଆଦିଲ୍ଲୀ : ଖାଦ୍ୟ ଭଳି ବର୍ତ୍ତମାନ ସମୟରେ ଅଧିକାଂଶ ଲୋକଙ୍କ ଦୈନନ୍ଦିନ ଜୀବନରେ ଔଷଧ ମଧ୍ୟ ରହିଛି। କିଛି ରୋଗ ପାଇଁ ଲୋକଙ୍କୁ ପ୍ରତିଦିନ ଔଷଧ ଖାଇବାକୁ ପଡିଥାଏ। ଖାଦ୍ୟ ସାମଗ୍ରୀ ଜିନିଷ ମହଙ୍ଗା ହେଲେ ଯେପରି ସର୍ବସାଧାରଣଙ୍କ ଉପରେ ଚଡକ ପଡେ ଔଷଧ ଦାମ୍ ମହଙ୍ଗା ହେଲେ ସମାନ ପରିସ୍ଥିତି ଭୋଗିବାକୁ ପଡେ। ତେବେ ଜୁଲାଇରେ ଶସ୍ତା ହୋଇପାରେ ଅନେକ ଜରୁରୀ ଓ ନିତ୍ୟ ବ୍ୟବହାର ତଥା ଦୀର୍ଘ ଦିନ ରୋଗ ପାଇଁ ବ୍ୟବହାର କରାଯାଉଥିବା ଔଷଧ।

ଔଷଧ ଏପରି ଏକ ଜିନିଷ ଯାହାକୁ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଏହାର ଆବଶ୍ୟକତା ରହିଥାଏ। ମାତ୍ର ସବୁଠାରୁ ବଡ କଥା ସଭିଏଁ ମହଙ୍ଗା ଔଷଧ ଓ ଔଷଧ ଦାମ୍ ବୃଦ୍ଧି ହେଲେ ଏହାକୁ କିଣିବାକୁ ସକ୍ଷମ ହୋଇପାରନ୍ତି ନାହିଁ। ବିଶେଷ କରି ଗରିବ ଲୋକେ ମହଙ୍ଗା ଔଷଧ କିଣି ପାରନ୍ତି ନାହିଁ। ସରକାର ଏହି ସମସ୍ୟାକୁ ଗୁରୁତର ସହ ନେବା ସହ ପ୍ରାୟ ୧୦୦ ପ୍ରକାରର ଔଷଧ ଦାମ୍ ହ୍ରାସ କରିବା ନେଇ ଯୋଜନା କରୁଛନ୍ତି। ବିଶେଷ କରି ଅଧିକ ଦିନ ଧରି ରହୁଥିବା ରୋଗ ପାଇଁ ବ୍ୟବହାର କରାଯାଉଥିବା ଔଷଧ ମୂଲ୍ୟ ଶସ୍ତା ହୋଇପାରେ। ଜୁଲାଇ ଶେଷ ସପ୍ତାହ କିମ୍ବା ଅଗଷ୍ଟରେ ଦାମ୍ କମିବାର ରହିଛି। କେଉଁ କେଉଁ ଔଷଧ ଦାମ୍ ଶସ୍ତା ହେବ ସେନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୌଣସି ଘୋଷଣା କରାଯାଇ ନାହିଁ। ମାତ୍ର ବିଭାଗୀୟ ସୂତ୍ରରୁ ଯେଉଁ ଔଷଧ ଦାମ୍ କମ୍ ହେବ ତା’ର ଏକ ତାଲିକା ପ୍ରସ୍ତୁତ କରାଯାଇଛି।
ସରକାର କେବଳ ସେହି ଔଷଧର ଦାମ୍ ଶସ୍ତା କରିବା ପାଇଁ ଯୋଜନା କରୁଛନ୍ତି, ଯାହା ଦୀର୍ଘ ଦିନ ଚିକିତ୍ସା ପାଇଁ ବ୍ୟବହାର କରାଯାଏ। ପ୍ରଥମ ସୋପାନରେ ୧୦୦ ପ୍ରକାର ଔଷଧ ଶସ୍ତା ହେବାର ଯୋଜନା ରହିଛି। ଏଥିରେ ଟ୍ରେଡ୍ ମାର୍ଜିନରେ ୨୦-୪୦ ପ୍ରତିଶତ ଶସ୍ତା କରିବା ପାଇଁ ପରାମର୍ଶ ଦିଆଯାଇଛି। ବର୍ତ୍ତମାନ ଔଷଧ ତାଲିକା ପ୍ରସ୍ତୁତ କରାଯାଉଛି।

ରିପୋର୍ଟ ଅନୁଯାୟୀ, ମଧୁମେହ, ଉଚ୍ଚ ରକ୍ତଚାପ, କର୍କଟ ଭଳି ଔଷଧ ସାମିଲ ରହିଛି। ଏଥିରେ କରୋନା ସମୟରେ ଅଧିକ ଦାମ୍ ରେ ବିକ୍ରି ହେଉଥିବା ଇଞ୍ଜେକସନ୍ ମଧ୍ୟ ରହିଛି। କେଉଁ ଔଷଧ କେବେ ଠାରୁ ଶସ୍ତା ହେବ ସେନେଇ ଘୋଷଣା ହୋଇନଥିବା ବେଳେ କେଉଁ ଔଷଧ ଶସ୍ତା ହେବ ତାହାର ଏକ ତାଲିକା ପ୍ରସ୍ତୁତ ଚାଲିଛି।

Leave a Reply

Your email address will not be published. Required fields are marked *