October 23, 2024

ଟିମ୍ ଇଣ୍ଡିଆ ପାଇଁ ହଇରାଣ ହେଲେ ସାଧାରଣ ଲୋକେ

1 min read

ନୂଆଦିଲ୍ଲୀ : ଟି20 ବିଶ୍ୱକପ ଜିତିବା ପରେ ବାରବାଡୋସରେ ବାତ୍ୟା ଆସିବା କରଣରୁ ଭାରତୀୟ ଟିମ୍ ସେଠାରେ ତିନିଦିନ ପାଇଁ ଫସି ରହିଥିଲେ। ଏୟାର ଇଣ୍ଡିଆର ଏକ ସ୍ୱତନ୍ତ୍ର ଚାର୍ଟାର୍ଡ ବିମାନ ଯୋଗେ ଭାରତୀୟ ଖେଳାଳିମାନେ ଗୁରୁବାର ଆସି ଦିଲ୍ଲୀରେ ପହଞ୍ଚିଛନ୍ତି। ତେବେ ଏହି ବିମାନଟି ଆମେରିକାରୁ ଯାତ୍ରୀ ମାନଙ୍କୁ ନେଇ ଭାରତ ଆସିବାକୁ ଥିବା ବେଳେ ଏହାର କାର୍ଯ୍ୟକ୍ରମ ପରିବର୍ତ୍ତନ କରି ଖେଳାଳିଙ୍କୁ ଭାରତ ଆଣିବାରୁ ବିବାଦ ଆରମ୍ଭ ହୋଇଛି।

ଆମେରିକାରୁ ଆସିବାକୁ ଥିବା ଯାତ୍ରୀମାନେ ଟିକେଟ୍ କାଟିଥିଲେ ମଧ୍ୟ ସେମାନଙ୍କୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଛି। ଯାତ୍ରୀମାନେ ସୋସିଆଲ ମିଡିଆରେ ଏହି ସୂଚନା ଦେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। କାରଣ ଏହି ବିମାନର ଦିଗ ପରିବର୍ତନ କରାଯିବା ପରେ ଅନ୍ୟ କୌଣସି ବିମାନ ସେମାନଙ୍କ ପାଇଁ ବ୍ୟବସ୍ଥା କରାଯାଇ ନଥିଲା। ଯେଉଁଥିପାଇଁ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ଏୟାର ଇଣ୍ଡିଆକୁ ରିପୋର୍ଟ ମାଗିଛି।

Leave a Reply

Your email address will not be published. Required fields are marked *