July 27, 2024

ପାଣ୍ଡିଆନଙ୍କର ସାମ୍ବାଦିକ ସମ୍ମିଳନୀ

1 min read

ଭୁବନେଶ୍ୱର: ବିଭିନ୍ନ ପ୍ରସଙ୍ଗରେ ସକାଳୁ ସକାଳୁ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ୫ଟି ଅଧ୍ୟକ୍ଷ ତଥା ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ। ବିଜେପିକୁ ସିଧା ଟାର୍ଗେଟ କରି ପାଣ୍ଡିଆନ କହିଛନ୍ତି ଯେ ୨୦୧୯ରେ ୮ଜଣ ବିଜେପି ଏମପି ଓଡ଼ିଶାରୁ ନିର୍ବାଚିତ ହୋଇଥିଲେ। ହେଲେ କେନ୍ଦ୍ରରେ ବିଜେପି ସାଂସଦ ଥରେ ବି ରାଜ୍ୟ ସ୍ୱାର୍ଥ ପାଇଁ ପାଟି ଫିଟେଇଲେ ନାହିଁ।ହାୱାରେ ନୁହେଁ ଗ୍ରାଉଣ୍ଡକୁ ଦେଖି କୁହନ୍ତି ନବୀନ କିନ୍ତୁ ବିଜେଡି ଆଭିମୁଖ୍ୟ ଓଡ଼ିଶାର ହକ୍‌‌ ଓ ସ୍ୱାର୍ଥ ପାଇଁ ଲଢିବା ଏବଂ ବିଜେଡିର ସାଂସଦମାନେ ରାଜ୍ୟ ସ୍ୱାର୍ଥ ପାଇଁ କାମ କରୁଛନ୍ତି।
ସାଂସଦଙ୍କ ଦାୟିତ୍ୱ ରାଜ୍ୟର ସ୍ୱାର୍ଥ ପାଇଁ ଲଢିବା। କିନ୍ତୁ ଜାତୀୟ ଦଳର ସାଂସଦ କେବଳ ସେମାନଙ୍କ ବସଙ୍କ ପାଇଁ କାମ କରନ୍ତି। ସେମାନଙ୍କ ଉଦ୍ଦେଶ୍ୟ କେନ୍ଦ୍ରରେ ମନ୍ତ୍ରୀ ହେବା। କିନ୍ତୁ ଏନ୍‌‌ଏଚ୍‌‌, କୋଷ୍ଟାଲ ହାଇୱେ ପ୍ରକଳ୍ପ ଓଡ଼ିଶାକୁ ଆଣିପାରିଲେ ନାହିଁ। ଓଡ଼ିଶା ପ୍ରତି ସ୍ୱତନ୍ତ୍ର ଭାବେ ବିଜେପି ସାଂସଦ କଣ ଆଣିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ପାଣ୍ଡିଆନ।
ରାଜ୍ୟରେ ବିଜେପି ସରକାରକୁ ଆସିବା ପାଇଁ ନିର୍ବାଚନ ଇସ୍ତାହାର ଆଣିଛି। ବିଜେଡ଼ି ସେବା ପାଇଁ ସମୃଦ୍ଧ ଓଡ଼ିଶା ଗଠନ କରିବାକୁ ଇସ୍ତାହାର ଆଣିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷଣା ପତ୍ରକୁ ସମସ୍ତେ ଅନାଇ ବସିଛନ୍ତି। ୨ଦିନ ଭିତରେ ବିଜେଡିର ଇସ୍ତାହାର ଆସିବ। ବିଜେଡି ଭୋଟ ପାଇଁ ନୁହେଁ ବିକାଶ ପାଇଁ ଇସ୍ତାହାର ଆଣିବ ବୋଲି ୫ଟି ଅଧ୍ୟକ୍ଷ କହିଛନ୍ତି। ନବୀନ ପଟ୍ଟନାୟକ ହାୱାରେ କୁହନ୍ତିନି, ଗ୍ରାଉଣ୍ଡକୁ ଦେଖି କୁହନ୍ତି। ନବୀନଙ୍କ ୧୦ ସେକେଣ୍ଡ ଭିଡ଼ିଓ ୧୦ମିଲିୟନ୍‌‌ ଭିୟୁ ହୋଇଛି। ନବୀନ ଜାଣିଛନ୍ତି ଓଡ଼ିଶାବାସୀ କଣ ଚାହୁଁଛନ୍ତି ଏବଂ ଓଡ଼ିଶାବାସୀଙ୍କ ଆଶୀର୍ବାଦ ନବୀନ ପଟ୍ଟନାୟକଙ୍କ ଉପରେ ରହିଛି। ବିଏସକେୱାଇକୁ ବନ୍ଦ କରିବାକୁ ବିଜେପି ଚକ୍ରାନ୍ତ କରୁଛି। ଓଡ଼ିଶାବାସୀ ଏହାର ଜବାବ ନିଶ୍ଚିତ ଦେବେ।
ଆୟୁଷ୍ମାନ ଭାରତର ଦେଶ ପାଇଁ ଯୋଜନା ୬୦୦୦କୋଟି। କିନ୍ତୁ ବିଏସକେୱାଇରେ ମାସକୁ ୩୦୦କୋଟି ଖର୍ଚ୍ଚ କରୁଛି ଓଡ଼ିଶା। ବିଜେପି ପାଖରେ ପ୍ରସଙ୍ଗ ନଥିବାରୁ ଓଡ଼ିଆ ଅସ୍ମିତା କଥା ଉଠାଉଛନ୍ତି। ଓଡ଼ିଆ ଅସ୍ମିତାର କଥା କହୁଥିବା ବିଜେପି ନେତା କୁହନ୍ତୁ ସେମାନେ ଓଡ଼ିଆ ଭାଷା ପାଇଁ କଣ କରିଛନ୍ତି। ଓଡ଼ିଶା ସରକାର ଓଡ଼ିଆ ଭାଷାକୁ ନେଇ ବହୁତ କିଛି କରୁଛି, ଓଡ଼ିଆ ଭାଷା ସମ୍ମିଳନୀ କରି ପ୍ରଚାର ପ୍ରସାର କରାଯାଉଛି। ଓଡ଼ିଆ ଭାଷା ପାଇଁ ପିଲାଙ୍କୁ ସ୍କଲାରସିପ୍‌ ଦିଆଯାଉଛି। ଓଡ଼ିଆ ବିଶ୍ବବିଦ୍ୟାଳୟ କରାଯାଇଛି। କିନ୍ତୁ ବିଜେପି କେନ୍ଦ୍ରରେ ସରକାର ଆସିବା ପରେ ଓଡ଼ିଆ ଭାଷା ପାଇଁ ଟଙ୍କାଟିଏ ଦେଇନାହାନ୍ତି।

Leave a Reply

Your email address will not be published. Required fields are marked *