July 27, 2024

ବିଜେଡି ଛାଡିଲେ ସିମୁଳିଆ ବିଧାୟକ ଜ୍ୟୋତିପ୍ରକାଶ

1 min read

ଭୁବନେଶ୍ଵର: ବିଜେଡି ଛାଡିଲେ ସିମୁଳିଆ ବିଧାୟକ ଜ୍ୟୋତିପ୍ରକାଶ ପାଣିଗ୍ରାହୀ। ଦଳର ପ୍ରାଥମିକ ସଦସ୍ୟ ପଦରୁ ସେ ଇସ୍ତଫା ଦେଇଛନ୍ତି। ବିଜେଡି ସଭାପତିଙ୍କ ନିକଟକୁ ସେ ଇସ୍ତଫା ପତ୍ର ପଠାଇଛନ୍ତି। ଏ ନେଇ ସେ ଭିଡିଓ ବାର୍ତ୍ତା ଜରିଆରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ବିଧାୟକ ଭାବେ
ଲୋକଙ୍କ ସେବା କରିବାକୁ ସୁଯୋଗ ଦେଇଥିବାରୁ ମୁଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଉଛି । ଆଗାମୀ ଦିନରେ ମଧ୍ୟ ସିମୁଳିଆ ଓ ଖଇରାବାସୀଙ୍କ ସେବା କରିବି। ଜ୍ୟୋତିପ୍ରକାଶଙ୍କୁ ଏଥର ବିଜେଡି ଟିକେଟ୍ ଦେଇନଥିଲା। ସିମୁଳିଆରୁ ଶୁଭାସିନୀ ସାହୁଙ୍କୁ ଦଳ ପ୍ରାର୍ଥୀ କରିଛି। ଯାହାକୁ
ନେଇ କିଛି ଦିନ ହେବ ସେ ଅସନ୍ତୁଷ୍ଟ ଥିଲେ । ପ୍ରତିଫଳନ ସ୍ଵରୂପ ସେ ବିଜେଡି ଛାଡିଥିବା କଥା ଚର୍ଚ୍ଚା ହେଉଛି। ତେବେ ତୃତୀୟ ପର୍ଯ୍ୟାୟ ନିର୍ବାଚନକୁ ଆଉ ମାତ୍ର ଦିନ କେଇଁଟା ବାକି ଥିବାବେଳେ ତାପୂର୍ବରୁ ଦଳରୁ ଇସ୍ତଫା ଦେବା ବିଜେଡିକୁ ଝଟକା ଦେଇଛି।

Leave a Reply

Your email address will not be published. Required fields are marked *