July 26, 2024

ଦିନ ଆସୁଛି ଦେଶରେ ପେଟ୍ରୋଲ ପମ୍ପ ରହିବ ନାହିଁ : ନିତିନ ଗଡ଼କରୀ

1 min read

ନୂଆଦିଲ୍ଲୀ : ଦିନ ଆସିବ ଦେଶରେ ପେଟ୍ରୋଲ ପମ୍ପ ରହିବ ନାହିଁ, ସେସବୁ ବଦଳରେ ଇଲେକ୍ଟ୍ରିକ ଯାନ ଚାର୍ଜିଂ ଷ୍ଟେସନ, ଇଥାନଲ ପମ୍ପ ଇତ୍ୟାଦି ରହିବ ବୋଲି କହିଛନ୍ତି କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ କହିଛନ୍ତି । ଏନଡିଟିଭି ଦ୍ବାରା ଆୟୋଜିତ ବନେଗା ସ୍ୱାସ୍ଥ ଇଣ୍ଡିଆରେ ସବୁଜ ଭିଜନ ବିଷୟରେ ସୂଚନା ଦେଇ ଗଡକରୀ କହିଛନ୍ତି, ପ୍ରଦୂଷଣ କମାଇବା ପାଇଁ ଆମେ ଯଥାସମ୍ଭବ ଚେଷ୍ଟା କରୁଛୁ । ଏମିତି ଦିନ ଆସିବ ଯେତେବେଳେ ପେଟ୍ରୋଲ ଓ ଡିଜେଲ ପମ୍ପ ରହିବ ନାହିଁ ।

ଏହା ବଦଳରେ ଇଲେକ୍ଟ୍ରିକ୍ ଯାନ ପାଇଁ ଇଥାନଲ ପମ୍ପ ଓ ଚାର୍ଜିଂ ଷ୍ଟେସନ ରହିବ। ଏଲଏନଜି ଓ ସିଏନଜି ଫସଲରୁ ଉତ୍ପାଦନ କରାଯିବ । କାର୍ବନ ଡାଇଅକ୍ସାଇଡରୁ ଇଥାନଲ ଉତ୍ପାଦନ କରିବା ପାଇଁ କେନ୍ଦ୍ରର ଏକ ପ୍ରକଳ୍ପ ଅଛି । ବର୍ଜ୍ୟବସ୍ତୁ ଏବଂ ପ୍ରଦୂଷଣକାରୀ ଉପାଦାନରୁ ମୂଲ୍ୟ ସୃଷ୍ଟି କରିବା ପାଇଁ ଟେକ୍ନୋଲୋଜିର ଉପଯୋଗ କରି ଆମେ ଧୀରେ ଧୀରେ ଏକ ସୁସ୍ଥ ରାଷ୍ଟ୍ର ଗଠନ କରିପାରିବା।

ସେ କହିଥିଲେ ଯେ ଆମ ସମାଜର ତିନୋଟି ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ ରହିଛି- ନୈତିକତା, ଅର୍ଥନୀତି ଏବଂ ପରିବେଶ ପରିବେଶ । ବାୟୁ ପ୍ରଦୂଷଣ, ଜଳ ପ୍ରଦୂଷଣ ଓ ଶବ୍ଦ ପ୍ରଦୂଷଣ ଯୋଗୁଁ ଆମ ସ୍ୱାସ୍ଥ୍ୟ ଉପରେ ବହୁତ ଖରାପ ପ୍ରଭାବ ପଡିଥାଏ । ସରକାର ଏଭଳି ଏକ ନୀତି ଆଣିଛନ୍ତି, ଯାହା ପ୍ରଦୂଷଣ ହ୍ରାସ କରିବାରେ ସହାୟକ ହେବ।

Leave a Reply

Your email address will not be published. Required fields are marked *