July 27, 2024

ଲାଲକିଲ୍ଲାରେ ସାଧାରଣତନ୍ତ୍ର ଦିବସ ପରେଡ଼ରେ ମୟୁରଭଞ୍ଜ ଝିଅ

1 min read

ରାଇରଙ୍ଗପୁର: ରାଷ୍ଟ୍ରୀୟ ରାଜଧାନୀ ନୂଆଦିଲ୍ଲୀର ଲାଲକିଲ୍ଲାରେ ଆୟୋଜିତ ହେବାକୁ ଥିବା ଆସନ୍ତା ୭୫ତମ ସାଧାରଣତନ୍ତ୍ର ଦିବସରେ ମୟୂରଭଂଜର ଝିଅ ଅଂଶଗ୍ରହଣ କରିବେ। ବାମନଘାଟିର ଝିଅ ସସ୍ମିତା ମହାନ୍ତ ପରେଡ଼ରେ ଭାଗ ନେବେ ବୋଲି ଜଣାଯାଉଛି।

ସୂଚନା ଅନୁଯାୟୀ ମୟୂରଭଞ୍ଜ ଜିଲ୍ଲା ବାମନଘାଟି ଉପଖଣ୍ଡ ବହଳଦା ବ୍ଳକ ଶଶି ପଞ୍ଚାୟତ ପାହାଡ଼ପୁର ଗ୍ରାମର ରାଜ ମିସ୍ତ୍ରୀ ଭାବେ କାର୍ଯ୍ୟରତ ଧନେଶ୍ଵର ମହାନ୍ତ ଓ ମାତା ଅଞ୍ଚଳି ମହାନ୍ତଙ୍କ ଏକମାତ୍ର କନ୍ୟା ସସ୍ମିତା ମହାନ୍ତ ଲାଲକିଲ୍ଲା ପରେଡରେ ଅଂଶଗ୍ରହଣ କରିବେ। ସେ ୨୦୨୨ରେ ସିଆଇଏସଏଫରେ କନେଷ୍ଟବଳ ଭାବେ ଯୋଗ ଦେଇଥିଲେ। ବର୍ତ୍ତମାନ ମୁମ୍ବାଇ ବିମାନ ବନ୍ଦରରେ କାର୍ଯ୍ୟରତ ଥିବା ବେଳେ ଚଳିତ ବର୍ଷ ୭୫ତମ ସାଧାରଣତନ୍ତ୍ର ଦିବସରେ ଭାଗ ନେବା ପାଇଁ ମନୋନୀତ ହୋଇଛନ୍ତି।

ସସ୍ମିତା ଛୋଟ ସମୟରୁ ନିଜ ଜିଦରେ ଅଟଳ ରହି ରାଉରକେଲା ବନମୁଣ୍ଡା ମଧୁସୂଦନ ଉଚ୍ଚ ବିଦ୍ୟାଳୟ ମାଟ୍ରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ରାଉରକେଲାରୁ ଯୁକ୍ତ୨ ଓ ଯୁକ୍ତ୩ ପଢ଼ିଥିଲେ। ପରେ ସେ ସିଆଇଏସଏଫରେ କନେଷ୍ଟବଳ ଭାବେ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *