July 26, 2024

ଓଡ଼ିଶା ସମେତ ଦେଶବାସୀଙ୍କ ସେବା କରିବା ପାଇଁ ପୁଣି ସୁଯୋଗ ମିଳିବା ସୌଭାଗ୍ୟର ବିଷୟ – ଧର୍ମେନ୍ଦ୍ର ପ୍ରଧାନ

1 min read

ନୂଆଦିଲ୍ଲୀ/ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଏନଡିଏର ତୃତୀୟ ପାଳି ସରକାରରେ ଶପଥ ଗ୍ରହଣ କରିବା ପରେ ସୋମବାର ସମ୍ବଲପୁର ଲୋକସଭା ସାଂସଦ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନୂଆଦିଲ୍ଲୀ ସ୍ଥିତ ହଜଖାସ୍ ଶ୍ରୀଜଗନ୍ନାଥ ମନ୍ଦିରରେ ଦର୍ଶନ କରିଛନ୍ତି ।

ମନ୍ଦିରରେ ପୂଜାର୍ଚ୍ଚନା କରିବା ସହ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଦେଶର ଦାୟିତ୍ୱ ପୁଣି ଥରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ହାତରେ ରହିଛି । ଓଡ଼ିଶା ସମେତ ସମଗ୍ର ଭାରତବର୍ଷରେ ପ୍ରଗତିର ଗତିକୁ ତ୍ୱରାନ୍ୱିତ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଉପରେ ଲୋକମାନେ ଭରସା କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ମୋ ଉପରେ ଆସ୍ଥା ପ୍ରକଟ କରି କ୍ୟାବିନେଟରେ ସାମିଲ କରିଥିବାରୁ ସାଢେ ୪ କୋଟି ଓଡ଼ିଆ ଲୋକଙ୍କ ତରଫରୁ ତାଙ୍କୁ କୃତଜ୍ଞତା ଜ୍ଞାପନ କରୁଛି । ମହାପ୍ରଭୁ ଶ୍ରୀଜଗନ୍ନାଥ ଏବଂ ମାଆ ସମଲେଶ୍ୱରୀଙ୍କ ଆଶୀର୍ବାଦରୁ ମୋଦୀ ସରକାରରେ ଜଣେ ସହଯୋଗୀ ଭାବରେ ଓଡ଼ିଶା ସମେତ ଦେଶବାସୀଙ୍କ ସେବା କରିବା ପାଇଁ ପୁଣି ଥରେ ସୁଯୋଗ ମିଳିବା ମୋ ପାଇଁ ସୌଭାଗ୍ୟର ବିଷୟ । ୨୦୪୭ ସୁଦ୍ଧା ଭାରତକୁ ‘ବିକଶିତ ଭାରତ’ରେ ପରିଣତ କରିବା ପାଇଁ ଆଜି ଠାରୁ କାମ ଆରମ୍ଭ ହୋଇଛି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି । ମହାପ୍ରଭୁଙ୍କ ପାଖରେ ସମସ୍ତଙ୍କ କଲ୍ୟାଣ କାମନା କରୁଛି ।

Leave a Reply

Your email address will not be published. Required fields are marked *