July 26, 2024

ବାହାନଗା ଟ୍ରେନ ଦୁର୍ଘଟଣାକୁ ଆଜି ୧ ବର୍ଷ ବର୍ଷେ ପୂରଣ ହୋଇଛି

1 min read

ବାଲେଶ୍ୱର:ଆଜି ଜୁନ୍ ୨ ତାରିଖ, ପୁଣି ଟ୍ରେନ୍ ଦୁର୍ଘଟଣା । ବାହାନଗା ଟ୍ରେନ ଦୁର୍ଘଟଣାକୁ ଆଜି ୧ ବର୍ଷ ବର୍ଷେ ପୂରଣ ହୋଇଛି । ଆଉ ଏହି ଭୟଙ୍କର କାଳରାତ୍ରିକୁ ମନେ ପକାଇ ଦେଇଛି ଆଉ ଏକ ଟ୍ରେନ ଦୁର୍ଘଟଣା । ଆଜି ପଞ୍ଜାବର ଫତେଗଡ଼ରେ ଘଟି ଯାଇଥିବା ରେଳ ଦୁର୍ଘଟଣା ପୁଣି ଗତବର୍ଷର ଜୁନ୍ ୨ ତାରିଖକୁ ମନେ ପକାଇ ଦେଇଛି । ଗତବର୍ଷ ଆଜିର ଦିନରେ ହିଁ ବାଲେଶ୍ୱର ବାହାନଗାରେ ୩ଟି ଟ୍ରେନ ଭିତରେ ଧକ୍କା ହୋଇ ୨୯୬ ଯାତ୍ରୀଙ୍କ ଜୀବନ ଚାଲି ଯାଇଥିଲା । ଏହି କାଳ ରାତିକୁ ଆଜିବି କେହି ଭୁଲି ନାହାନ୍ତି

ସୂଚନା ଅନୁସାରେ ୨୦୨୩ ଜୁନ ୨ ତାରିଖ ସନ୍ଧ୍ୟା ପ୍ରାୟ ୭ଟାରେ ଓଡ଼ିଶାର ବାଲେଶ୍ୱର ଜିଲ୍ଲାସ୍ଥିତ ବାହାନଗା ବଜାର ନିକଟରେ ହାଓଡ଼ା-ଚେନ୍ନାଇ ମୁଖ୍ୟ ଲାଇନରେ ଦୁଇଟି ଯାତ୍ରୀବାହୀ ରେଳଗାଡ଼ି ମୁହାଁମୁହିଁ ଧକ୍କା ହୋଇଥିଲେ । ଘଟଣାସ୍ଥଳରେ ପ୍ରାୟ ୨୮୮ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦୦୦ରୁ ଉର୍ଦ୍ଧ୍ଵ ଲୋକ ଆହତ ହୋଇଥିଲେ । ପରେ ଡାକ୍ତରଖାନାରେ ମୃତ୍ୟୁ ସଂଖ୍ୟା ବଢି ୨୯୬ରେ ପହଞ୍ଚିଥିଲା । ତେବେ ଉକ୍ତ ଘଟଣାରେ ୩ ଜଣ: ସିନିୟର ସେକ୍ସନ ଇଞ୍ଜିନିୟର ଅରୁଣ ମହାନ୍ତି, ସେକ୍ସନ ଇଞ୍ଜିନିୟରିଂ ମହମ୍ମଦ ଅମ୍ମୀର ଖାନ ଓ ଟେକ୍ନିସିଆନ ପପୁ କୁମାରଙ୍କୁ ଗିରଫ କରାଯାଇଥିଲା । କୁହାଯାଏ ଯେ, ଏମାନଙ୍କ ଅବହେଳା କାରଣରୁ ଏତେ ବଡ ଦୁର୍ଘଟଣା ଘଟିଥିଲା । ସେପଟେ ସେହି ମର୍ମନ୍ତୁଦ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ୮୧ ଜଣଙ୍କର କୌଣସି ପରିଚୟ ମିଳିନଥିଲା । ସେ ସମସ୍ତ ମୃତଦେହକୁ ଏମ୍ସରେ ରଖା ଯାଇଥିଲା । ଦୀର୍ଘ କିଛି ଦିନ ପରେ ୫୩ ଜଣଙ୍କର ଡିଏନଏ ପରିକ୍ଷା କରାଯାଇଥିଲା । ଡିଏନଏ ପରିକ୍ଷା ମେଳ ଖାଇବାପରେ ଦାବୀଦାର ମାନଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଥିଲା ।

Leave a Reply

Your email address will not be published. Required fields are marked *