୬ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି
1 min readବୈଶିଙ୍ଗା: ମୟୂରଭଞ୍ଜଜିଲ୍ଲା ମାନଗୋବିନ୍ଦପୁରସ୍ଥିତ ୟୁନିୟନ ବ୍ୟାଙ୍କରେ ୧୪ତାରିଖ ପ୍ରାୟ ୨ଟା ସମୟରେ ଘଟିଥିଲା ଲୁଟ୍ ଘଟଣାରେ ଧରାପଡ଼ିଥିବା ୬ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ଅନ୍ୟତମ ଅଭିଯୁକ୍ତ ନାବାଳକଙ୍କୁ ଜୁଭେନାଇଲ୍ ଜଣ୍ଟିସ୍ ବୋର୍ଡରେ ହାଜର କରାଯାଇଛି।
ଆଜି (ବୁଧବାର) ଘଟଣା ସମ୍ପର୍କରେ ପୁଲିସ ଅଭିଯୁକ୍ତଙ୍କ ଯୋଜନା ଓ ଧରାପଡ଼ିଥିବା ୭ ଅଭିଯୁକ୍ତଙ୍କ ସମ୍ପର୍କରେ ବିସ୍ତୃତ ତଥ୍ୟ ରଖିଛି।
Attempting Bank Robbery ବ୍ୟାଙ୍କ ଲୁଟ୍ କରିବାକୁ ସରଞ୍ଜାମ ନେଇ ଯାଇଥିଲେ, ପୁଲିସ ହାବୁଡ଼ରେ ପଡ଼ିଗଲେ
ସୂଚନାନୁସାରେ, ପୁଲିସକୁ ଦେଖି ଅଭିଯୁକ୍ତମାନେ ଏକ କାର୍ରେ ଘଟଣାସ୍ଥଳରୁ ଖସିବାକୁ ଉଦ୍ୟମ କରିଥିଲେ। ଏହାପରେ ମାଣତ୍ରୀ–ବୈଶିଙ୍ଗା ଛକ ନିକଟରେ ପୁଲିସ ସେମାନଙ୍କୁ ଧରିବାରେ ସକ୍ଷମ ହୋଇଥିଲେ। ଅଭିଯୁକ୍ତମାନଙ୍କ ନିକଟରୁ ପଶ୍ଚିମବଙ୍ଗ ନମ୍ବର ଥିବା ଗୋଟିଏ କାର୍, ମୋବାଇଲ୍ ଫୋନ୍, ଲୁହା ଚେନ୍ ଓ କଟର୍ ଜବତ କରାଯାଇଛି। ବ୍ୟାଙ୍କ କର୍ମଚାରୀଙ୍କ ଲିଖିତ ଅଭିଯୋଗ ଆଧାରରେ ବୈଶିଙ୍ଗା ଥାନାରେ ନଂ ୪୭୪/୨୦୨୬ରେ ମାମଲା ରୁଜୁ ହୋଇଛି।
ଏହି ମାମଲାରେ ପୁଲିସ ୬ ଜଣଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ୬ଜଣ ଅଭିଯୁକ୍ତ ବାଲେଶ୍ୱର ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳର ବୋଲି ଜଣାପଡ଼ିଛି। ସେମାନେ ହେଲେ, ରେମୁଣା ଥାନା ଅଞ୍ଚଳ ଗୋବିନ୍ଦପୁର ମୁଖୁରାର ବାବୁ ଜେନା ଓରଫ ଲକ୍ଷ୍ମଣ (୨୭), ଆରାମଳା କଣ୍ଟାବଣିଆର ସଞ୍ଜୟ ଜେନା ଓରଫ ଗେନ୍ଥୁ (୨୪), ଯୋଡ଼ିଗୋହରୀର ଦିଲୀପ ଦଳେଇ ଓରଫ କାଲୁ (୨୬), ରଶ୍ମିରଞ୍ଜନ ଦଳେଇ ଓରଫ ଦେବା (୨୫), ଇଣ୍ଡଷ୍ଟ୍ରିଆଲ ଥାନା ଅଞ୍ଚଳ ବାଲିଆ ଆଦିବାସୀ ସାହିର ରେପୋ ସିଂହ ଓରଫ ଟିକି (୧୯), ସହଦେବଖୁଣ୍ଟା ଥାନା ଅଞ୍ଚଳ ବାଲିଆ ସମ୍ବଲପୁରର ଜିତେନ୍ଦ୍ର ବେହେରା ଓରଫ ବାପି (୩୦)। ଏହାସହ ପ୍ରାୟ ୧୭ ବର୍ଷ ବୟସର ଜଣେ ନାବାଳକ ମଧ୍ୟ ଧରାପଡ଼ିଛି।


