September 16, 2026

ବରିଷ୍ଠ ଅଭିନେତା ଅନନ୍ତ ନାଗ ୨୦୨୪ ବର୍ଷ ପାଇଁ ଦାଦା ସାହେବ ଫାଲ୍‌କେ ପୁରସ୍କାରରେ ସମ୍ମାନୀତ

1 min read

ଗୁଜୁରାଟ: ବରିଷ୍ଠ ଅଭିନେତା ଅନନ୍ତ ନାଗ ୨୦୨୪ ବର୍ଷ ପାଇଁ ଦାଦା ସାହେବ ଫାଲ୍‌କେ ପୁରସ୍କାରରେ ସମ୍ମାନୀତ ହେବେ । ଦାଦା ସାହେବ ଫାଲ୍‌କେ ପୁରସ୍କାର ଚୟନ କମିଟି ପକ୍ଷରୁ ଏକ ପ୍ରେସ ବିବୃତିରେ ଏକଥା କୁହାଯାଇଛି । ଆସନ୍ତା ସେପ୍‌ଟେମ୍ବର ୨୨ ତାରିଖ, ଗୁଜୁରାଟର ଏକତାନଗରରେ ଅନୁଷ୍ଠିତ ହେବାକୁ ଥିବା ୭୨ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସମ୍ମାନ ସମାରୋହରେ ଶ୍ରୀ ନାଗ୍‌ଙ୍କୁ ଏହି ପୁରସ୍କାରରେ ସମ୍ମାନୀତ କରାଯିବ ।
ଏହି ଭେଟେରାନ ଅଭିନେତା ଜଣକ ୨୫୦ରୁ ଊର୍ଦ୍ଧ୍ୱ କନ୍ନଡ଼ ଫିଲ୍ମରେ ଅଭିନୟ କରିବା ସହ ହିନ୍ଦୀ, ତେଲୁଗୁ, ତାମିଲ, ମାଲାୟାଲାମ ଆଦି ସିନେମାରେ ମଧ୍ୟ ଅଭିନୟ କରି ଦର୍ଶକଙ୍କୁ ବାନ୍ଧି ପରିଛନ୍ତି । ୯୦ଦଶକରେ ଦୂରଦର୍ଶନରେ ପ୍ରସାରିତ ଲୋକପ୍ରିୟ ସିରିଏଲ ମାଲ୍‌ଗୁଡି ଡେଜ୍‌ରେ ମଧ୍ୟ ସେ ଅଭିନୟ କରିଥିଲେ । ୨୦୨୫ ମସିହାରେ ତାଙ୍କୁ ପଦ୍ମଭୂଷଣ ସମ୍ମାନରେ ସମ୍ମାନୀତ କରାଯାଇଥିଲା ।