July 27, 2024

ବାଂଲାଦେଶ ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳାରେ ଭାରତର ମୂଳପୋଛ ବିଜୟ

1 min read

ସିଲ୍ହଟ୍: ଘରୋଇ ବାଂଲାଦେଶ ବିପକ୍ଷରେ ଭାରତୀୟ ମହିଳା କ୍ରିକେଟ୍ ଦଳ ଟ୍ବେଣ୍ଟି-୨୦ ଶୃଙ୍ଖଳାକୁ ୫-୦ରେ ମୂଳପୋଛ କରି ନେଇଛି। ପଞ୍ଚମ ତଥା ଅନ୍ତିମ ମୁକାବିଲାରେ ଭାରତ ୨୧ ରନ୍ରେ ବିଜୟୀ ହୋଇଛି। ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ଦଳ ୫ ୱିକେଟ୍ ବିନିମୟରେ ୧୬୫ ରନ୍ କରିନେଇଥିଲା। ଦୟାଲନ ହେମଲତା (୨୮ ବଲ୍ରୁ ୩୭ ରନ୍, ୨ ଚୌକା, ୨ ଛକା), ସ୍ମୃତି ମନ୍ଧାନା (୨୫ ବଲ୍ରୁ ୩୩ ରନ୍, ୪ ଚୌକା, ୧ ଛକା), ହର୍ମନପ୍ରୀତ୍ କୌର୍ (୨୪ ବଲ୍ରୁ ୩୦ ରନ୍, ୪ ଚୌକା) ଏବଂ ରିଚା ଘୋଷ (୧୭ ବଲ୍ରୁ ୨୮* ରନ୍, ୩ ଚୌକା, ୧ ଛକା)ଙ୍କ ବଳରେ ଭ୍ରମଣକାରୀ ଦଳ ଘରୋଇ ଦଳକୁ ଆହ୍ବାନ ଦେଇଥିଲା। ବାଂଲାଦେଶ ପକ୍ଷରୁ ରାବେୟା ଖାନ୍, ନାହିଦା ଅକତର ୨-୨ ଏବଂ ସୁଲତାନା ଖାତୁନ ଗୋଟିଏ ୱିକେଟ୍ ଅକ୍ତିଆର କରିଥିଲେ। ଜବାବରେ ବାଂଲାଦେଶ ନିର୍ଧାରିତ ଓଭରରେ ୧୩୫/୬ରେ ସୀମିତ ରହିଯାଇଥିଲା। ବାଂଲାଦେଶ ୫୨ ରନ୍ରେ ୫ ୱିକେଟ୍ ହରାଇ ସଙ୍କଟରେ ପଡ଼ିଥିବା ବେେଳେ ରିତୁ ମୋନି (୩୩ ବଲ୍ରୁ ୩୭ ରନ୍) ଏବଂ ସୋରିଫା ଖାତୁନ (୨୧ ବଲ୍ରୁ ୨୮* ରନ୍) କେବଳ ସମ୍ମାନ ରଖିଥିଲେ। ଭାରତ ପକ୍ଷରୁ ସ୍ପିନର୍ ରାଧା ୟାଦବ (୩/୨୪), ଆଶା ଶୋଭନା (୨/୨୫) ଓ ଟିଟାସ ସିଦ୍ଧୁ (୧/୨୭) ପ୍ରଭାବୀ ବୋଲିଂ କରିଥିଲେ।

Leave a Reply

Your email address will not be published. Required fields are marked *