October 26, 2026

ବିରାଟ କୋହଲି ଇଂଲଣ୍ଡରେ ନୂଆ କୀର୍ତ୍ତିମାନ ପ୍ରତିଷ୍ଠା

1 min read

କାର୍ଡିଫ୍‌ : ବିରାଟ କୋହଲି ଇଂଲଣ୍ଡରେ ନୂଆ କୀର୍ତ୍ତିମାନ ପ୍ରତିଷ୍ଠା କରିଛନ୍ତି। ବିରାଟ ଭାରତୀୟ ଭାବେ ଇଂଲଣ୍ଡରେ ଦିନିକିଆରେ ସର୍ବାଧିକ ରନ କରିଛନ୍ତି। ଫଳବିରାଟ ପୂର୍ବତନ ଅଧିନାୟକ ରାହୁଲ ଦ୍ରାବିଡ଼ଙ୍କୁ ଅତିକ୍ରମ କରିଛନ୍ତି। ଦ୍ରାବିଡ଼ ଇଂଲଣ୍ଡ ମାଟିରେ ୪୫ଟି ଦିନିକିଆରୁ ୨୬୪୫ ରନ୍‌ କରିଥିଲେ। ବିରାଟ ଗୁରୁବାର ୨ୟ ଦିନିକିଆରେ ୪ ରନ କରିବା ପରେ ଦ୍ରାବିଡ଼ଙ୍କୁ ପଛରେ ପକାଇ ଦେଇଥିଲେ।