September 19, 2026

ଦିନକୁ ଦିନ ବେଆଇନ୍ ମଦ କାରବାର ବୃଦ୍ଧି

1 min read

କେନ୍ଦୁଝର : ଦିନକୁ ଦିନ ବେଆଇନ୍ ମଦ କାରବାର ବୃଦ୍ଧି ପାଇବାରେ ଲାଗିଛି। ଆଜି କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଅଞ୍ଚଳରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସ୍ଥାନୀୟ ଅଞ୍ଚଳର ଶହ ଶହ ମହିଳା ବାଉଁଶନଳୀସ୍ଥିତ ଏକ ସରକାରୀ ଦେଶୀ ମଦ ଭାଟିରେ ପଶି ବ୍ୟାପକ ଭଙ୍ଗାରୁଜ୍ଜା କରିବା ସହ ପୋଡାଜଳା କରିଛନ୍ତି। ଗାଁରେ ମଦ ଭାଟି ହେବା ଯୋଗୁଁ ଅନେକଙ୍କ ପରିବାର ଉଜୁଡିଯାଉଛି। ଏପରିକି ଅଶାନ୍ତି ମଧ୍ୟ ଲାଗିରହୁଛି। ବିନା ଗ୍ରାମସଭାରେ ଏହି ମଦ ଭାଟିଟି ନିର୍ମାଣ ହୋଇଥିବା ମହିଳାମାନେ ଅଭିଯୋଗ କରିଛନ୍ତି। ଦୀର୍ଘ ଦିନରୁ ମଦ ଭାଟି ବନ୍ଦ କରିବା ନେଇ ଦାବି ହୋଇଆସୁଥିଲା। କିନ୍ତୁ କିଛି ସୁଫଳ ମିଳିନଥିଲା। ତେଣୁ ଆଜି ବାଧ୍ୟ ହୋଇ ଗାଁର ଶହ ଶହ ମହିଳା ଏକତ୍ରିତ ହୋଇ ହାତରେ ଠେଙ୍ଗା ଧରି ବଦ ଭାଟି ଭିତରେ ପଣିଥିଲେ। ଏବଂ ରନ୍ଧ ମଦ ସାମଗ୍ରୀ ଗୁଡିକୁ ନଷ୍ଟ କରିଥିଲେ।