ଟି-୨୦ ରେ କେତେ ରହିଛି ପ୍ରାଇଜ ମନି
1 min read
Lavc57.107.100
ନୂଆଦିଲ୍ଲୀ : ଆଇସିସି ଟି -୨୦ ବିଶ୍ୱକପ ୨୦୨୪ପାଇଁ ମୋଟ ୧୧.୨୫ ମିଲିୟନ ଆମେରିକୀୟ ଡଲାର ପୁରସ୍କାର ଘୋଷଣା କରାଯାଇଛି। ଭାରତୀୟ ମୁଦ୍ରାରେ ଏହି ପରିମାଣ ପ୍ରାୟ ୯୩.୫ କୋଟି ଟଙ୍କା ସହିତ ସମାନ। ସୂଚନାଯୋଗ୍ୟ, ୨୦୨୨ରେ ଅନୁଷ୍ଠିତ ଶେଷ ବିଶ୍ୱକପ ତୁଳନାରେ ଏଥର ପୁରସ୍କାର ରାଶି ପ୍ରାୟ ଦୁଇଗୁଣ ହୋଇଛ। ୨୦୨୨ରେ ପୁରସ୍କାର ରାଶି ପ୍ରାୟ ୪୬.୬ କୋଟି ଟଙ୍କା ଥିଲା। ବିଜେତା ଦଳ ଇଂଲଣ୍ଡକୁ ପୁରସ୍କାର ସ୍ବରୂପ ପ୍ରାୟ ୧୩.୩ କୋଟି ଟଙ୍କା ପ୍ରଦାନ କରାଯାଇଥିଲା। ତେବେ ଆସନ୍ତୁ ଜାଣିବା ୨୦୨୪ ଟି -୨୦ ବିଶ୍ୱକପ ବିଜେତା ଦଳ କେତେ ଟଙ୍କା ପାଇବାକୁ ଯାଉଛି।