January 14, 2025

କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁରର ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ମାଝୀଙ୍କ ପରଲୋକ ଘଟିଛି

1 min read

କୋରାପୁଟ: କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁରର ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ମାଝୀଙ୍କ ପରଲୋକ ଘଟିଛି। ସୋମବାର ବିଳମ୍ବିତ ରାତିରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୪୨ ବର୍ଷ ବୟସ ହୋଇଥିଲା। ପୂର୍ଣ୍ଣଚନ୍ଦ୍ର ମାଝୀ ବରିଷ୍ଠ କଂଗ୍ରେସ ନେତା ଅନନ୍ତରାମଙ୍କ ପୁଅ। ସେ ଲକ୍ଷ୍ମୀପୁର ବିଧାନସଭା ଆସନରୁ ୨୦୦୮ ମସିହାରେ ବିଧାୟକ ନିର୍ବାଚିତ ହୋଇଥିଲେ।
ଆଗାମୀକାଲିର ଶିଳ୍ପ ପାଇଁ ଦକ୍ଷ ଯୁବ ମାନବ ସମ୍ବଳ ପ୍ରସ୍ତୁତ କରୁଛି ଓଡ଼ିଶା – ଡକ୍ଟର ବିନୋଦ ଆର୍ ରାଓ
ର୍ଣ୍ଣଚନ୍ଦ୍ର ମାଝୀଙ୍କୁ ଅସୁସ୍ଥତା କାରଣରୁ କିଛି ଦିନ ତଳେ ଭୁବନେଶ୍ଵର ଏମସରେ ଭର୍ତ୍ତି କରାଯାଇଥିଲା। ତେବେ ସୋମବାର ରାତିରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ଖରାପ ହୋଇଥିଲା ଏବଂ ପରେ ତାଙ୍କର ମୃତ୍ୟୁ ହୋଇଥିଲା।

ପୂର୍ଣ୍ଣଚନ୍ଦ୍ର ମାଝୀଙ୍କ ବିୟୋଗରେ ରାଜନୈତିକ ଜଗତର ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କୋରାପୁଟ ସାଂସଦ ସପ୍ତଗିରି ଉଲାକାଙ୍କ ସମେତ ଅନେକ ବରିଷ୍ଠ ନେତା ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।

୨୦୦୭ ମସିହାରେ ବାପା ଅନନ୍ତରାମ ମାଝୀଙ୍କ ବିୟୋଗ ପରେ ଲକ୍ଷ୍ମୀପୁରରେ ହୋଇଥିବା ଉପନିର୍ବାଚନରେ ପୂର୍ଣ୍ଣଚନ୍ଦ୍ର ମାଝୀ କଂଗ୍ରେସ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିଥିଲେ। ସେ ଏଥିରେ ବିଜୟୀ ହୋଇଥିଲେ। ତେବେ ପରେ ସେ କଂଗ୍ରେସ ସହ ଜଡ଼ିତ ଥିଲେ ମଧ୍ୟ ଦଳ ତାଙ୍କୁ ଆଉ ଟିକେଟ୍ ଦେଇନଥିଲା