June 7, 2026

କୁଲଡିହା ଅଭୟାରଣ୍ୟରୁ ବନବିଭାଗ ୨ଜଣ ସଶସ୍ତ୍ର ଶିକାରୀଙ୍କୁ ଗିରଫ

1 min read

ନୀଳଗିରି : ବାଲେଶ୍ୱର ଜିଲ୍ଲା ନୀଳଗିରିସ୍ଥିତ କୁଲଡିହା ଅଭୟାରଣ୍ୟରୁ ବନବିଭାଗ ୨ଜଣ ସଶସ୍ତ୍ର ଶିକାରୀଙ୍କୁ ଗିରଫ କରିଛି।
ବାଲେଶ୍ବର ଡିଏଫଓ ପ୍ରତୀକ ପ୍ରକାଶ ଇଣ୍ଡଳକରଙ୍କ ନିର୍ଦେଶକ୍ରମେ ଅଭୟାରଣ୍ୟର ପଞ୍ଚଲିଙ୍ଗେଶ୍ବର ସେକ୍ସନ ଅଧୀନ ଚଟକା ନିକଟସ୍ଥ ପଇଡ଼ପାଣି ଠାରେ ବନକର୍ମଚାରୀମାନେ ଗତକାଲି ରାତିରେ ପ୍ରବେଶ ପଥ ଯାଞ୍ଚ କରୁଥିଲେ। ଏହି ସମୟରେ ଅଭୟାରଣ୍ୟରୁ ଫେରୁଥିବା ନୀଳଗିରି ଥାନା ବାଙ୍କିଶୋଳ ଗାଁର ଗୁରୁବା ସିଂ ଓ ନୂଆସାହି ଗାଁର ସଦା ସିଂ ନାମକ ୨ଜଣ ଶିକାରୀ ବନବିଭାଗ ହାତରେ ଧରା ପଡ଼ିଛନ୍ତି। କୁଲଡିହା ଭାରପ୍ରାପ୍ତ ରେଞ୍ଜ ଅଧିକାରୀ ସୌମ୍ୟରଞ୍ଜନ ମାଝୀ ସେମାନଙ୍କ ତଲାସି ନେବା ସମୟରେ ୨ଟି ଦେଶୀ ବନ୍ଧୁକ, ବିସ୍ଫୋରକ ସାମଗ୍ରୀ, ଗୋଟେ ଦାଉଲି ସହ କୁଟାରି ମାଂସ ଜବତ କରିଛନ୍ତି। ଆଜି ବାଲେଶ୍ବର ଏସିଏଫଓ ଦିଗନ୍ତ ଶୋଭନ ଚାନ୍ଦ ନୀଳଗିରି ପହଞ୍ଚି ତଦନ୍ତ କରିବା ପରେ ଏନେଇ ଏକ ମାମଲା ରୁଜୁ କରାଯାଇ ଉଭୟ ଶିକାରୀଙ୍କୁ କୋର୍ଟଚାଲାଣ କରାଯାଇଛି।