October 30, 2026

ଇସ୍ରାଏଲ୍‌ର ସଂସଦୀୟ ନିର୍ବାଚନର ସମସ୍ତ ଭୋଟ ଗଣତି ଶେଷ

1 min read

ତେଲ ଅଭିଭ୍‌: ଇସ୍ରାଏଲ୍‌ର ସଂସଦୀୟ ନିର୍ବାଚନର ସମସ୍ତ ଭୋଟ ଗଣତି ଶେଷ ହୋଇଛି। କିନ୍ତୁ ଫଳାଫଳ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁଙ୍କ ପାଇଁ ବଡ଼ ରାଜନୈତିକ ଝଟ୍‌କା ଆଣିଛି। ତାଙ୍କ ନେତୃତ୍ୱାଧୀନ ମେଣ୍ଟ ୧୨୦ ଆସନ ବିଶିଷ୍ଟ ସଂସଦରେ ମାତ୍ର ୫୩ଟି ଆସନ ହାସଲ କରିଛି। ସରକାର ଗଠନ ପାଇଁ ଆବଶ୍ୟକ ୬୧ ଆସନଠାରୁ ଏହା ୮ଟି କମ୍‌।

ନେତାନ୍ୟାହୁଙ୍କ ଲିକୁଡ୍‌ ପାର୍ଟି ୨୭ଟି ଆସନ ଜିତି ସବୁଠାରୁ ବଡ଼ ଦଳ ହୋଇଛି। ଅନ୍ୟପଟେ ଗାଦି ଆଇଜେନକୋଟ୍‌ଙ୍କ ନେତୃତ୍ୱାଧୀନ ବିରୋଧୀ ମେଣ୍ଟ ୪୮ଟି ଆସନ ପାଇଛି। ଦୁଇଟି ଆରବ ଦଳ ମିଳିତ ଭାବେ ୧୯ଟି ଆସନ ହାସଲ କରିଛନ୍ତି। ତେଣୁ କୌଣସି ଗୋଟିଏ ଗୋଷ୍ଠୀର ବହୁମତ ନାହିଁ ଓ ସରକାର ଗଠନ କରିବା ପାଇଁ ଅନ୍ୟ ଦଳର ସମର୍ଥନ ଆବଶ୍ୟକ ହେବ।

ପୁଣି ନିର୍ବାଚନ ହେବାର ସମ୍ଭାବନା
ଆରବ ଦଳଗୁଡ଼ିକର ସମର୍ଥନ ବିରୋଧୀ ମେଣ୍ଟ ପାଇଁ ନିର୍ଣ୍ଣାୟକ ହୋଇପାରେ। ତେବେ ସେମାନଙ୍କ ସହ ମେଣ୍ଟ କରିବାକୁ କେତେକ ବିରୋଧୀ ଦଳ ରାଜି ନାହାନ୍ତି। ରାଷ୍ଟ୍ରପତି ଆଇଜାକ୍‌ ହର୍ଜୋଗ୍‌ ଦଳଗୁଡ଼ିକ ସହ ଆଲୋଚନା କରି ନୂଆ ସରକାର ଗଠନ ପ୍ରକ୍ରିୟା ଆଗକୁ ବଢ଼ାଇବେ। ସହମତି ନହେଲେ ଦେଶରେ ପୁଣି ନିର୍ବାଚନ ହେବାର ସମ୍ଭାବନା ମଧ୍ୟ ରହିଛି।
ଇସ୍ରାଏଲ ନିର୍ବାଚନ ପରେ ବିରୋଧୀ ଦଳ ନେତା ଆଇଜେନକୋଟ ସରକାର ଗଠନ ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି। ଆଇଜେନକୋଟ ଅଭିଯୋଗ କରିଛନ୍ତି ଯେ, ନେତାନ୍ୟାହୁ ଓ ତାଙ୍କ ଲିକୁଡ୍ ପାର୍ଟି ବହୁମତ ହାସଲ ନକରିବା ଯୋଗୁଁ ନିର୍ବାଚନ ଫଳାଫଳକୁ ବଦନାମ କରିବାକୁ ଚେଷ୍ଟା କରୁଛନ୍ତି।