June 7, 2026

ବିରାଟକାୟ ଗୋଧୀ ପଶି ଯାଇଥିଲା ଘରେ

1 min read

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ବନାଞ୍ଚଳ ଅନ୍ତର୍ଗତ କପୁଣ୍ଡି ଗ୍ରାମର ସାମ୍ବାଦିକ ପାର୍ଥ ସାରଥି ପାତ୍ର ଙ୍କ ଘରେ ଆଜି ଦିନବେଳା ଏକ ବିରାଟକାୟ ଗୋଧୀ ପଶି ଯାଇଥିଲା। ଘର ଲୋକ ଏବଂ ସ୍ଥାନୀୟ ଲୋକ ଅନେକ ଚେଷ୍ଟା ପରେ ବି ଗୋଧିଟିକୁ ବାହାର କରିବାରେ ବିଫଳ ହେବା ପରେ ପାଟଣା ବନାଞ୍ଚଳ ଅଧିକାରୀଙ୍କୁ ଯୋଗାଯୋଗ କରିଥିଲେ। ପରେ ବନାଞ୍ଚଳ କାର୍ଯ୍ୟାଳୟ ରୁ ପାରା କର୍ମଚାରୀ ଆସି ଘଟଣା ସ୍ଥଳ ରେ ପହଞ୍ଚି ଗୋଧି ଟିକୁ ଉଦ୍ଧାର କରିବାରେ ସଫଳ ହୋଇଥିଲେ।