ରାଇକିଆରେ ୩ ବ୍ୟକ୍ତି ନିଖୋଜ ସୂଚନା
1 min read
ଫୁଲବାଣୀ: କନ୍ଧମାଳ ଜିଲ୍ଲାରେ ବାତ୍ୟା ‘ଅର୍ଣ୍ଣବ’ ଜନିତ ପ୍ରବଳ ବର୍ଷାରେ ବ୍ୟାପକ କ୍ଷୟକ୍ଷତି ଘଟିଥିବା ସମୟରେ ରାଇକିଆ ବ୍ଲକ ମାଣିକେଶ୍ୱର ପଞ୍ଚାୟତର ଡାଙ୍ଗେଶି ଗ୍ରାମରେ ୩ ବ୍ୟକ୍ତି ନିଖୋଜ ସୂଚନା ମିଳିଛି। ୩ ନିଖୋଜ ବ୍ୟକ୍ତି ହେଉଛନ୍ତି ଡାଙ୍ଗେଶି ଗ୍ରାମର ଅଚ୍ୟୁତା ନନ୍ଦ ପ୍ରଧାନ (୩୫), ମାନସୀ ନନ୍ଦ ପ୍ରଧାନ(୨୮) ଓ ଜଣେ ୭ମାସର ଛୁଆ ରହିଥିବା ଗ୍ରାମବାସୀ କହିଛନ୍ତି ।
ପ୍ରବଳ ବର୍ଷାରେ ଗ୍ରାମର ୧୫ ଘର ଧୋଇଯାଇଥିବା ଜଣାପଡ଼ିଛି। ଘଟଣାସ୍ଥଳରେ କନ୍ଧମାଳ ଜିଲ୍ଲାପାଳ ବେଦଭୂଷଣ ଓ ଏସପି ରମେନ୍ଦ୍ର ପ୍ରସାଦ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଅଗ୍ନିଶମ ବାହିନୀ ନିଖୋଜଙ୍କୁ ବିଭିନ୍ନ ସ୍ଥାନରେ ଖୋଜାଖୋଜି ଜାରି ରଖିଛି


