June 18, 2026

ଝିଅର ଜନ୍ମଦିନରେ କେକ୍ ଆଣିବାକୁ ଯାଇ ବାପାଙ୍କର ମୃତ୍ୟୁ

1 min read

ସୋର: ଝିଅର ଜନ୍ମଦିନରେ କେକ୍ ଆଣିବାକୁ ଯାଇ ବାପାଙ୍କର ଦୁଃଖଦ ମୃତ୍ୟୁ ଘଟିଛି। ଗୋପିନାଥପୁର ପଞ୍ଚାୟତ ମଙ୍ଗଳପୁରର ଜଣେ ଯୁବକ କେକ୍ କିଣିବାକୁ ବାଗୁଡ଼ି ବଜାରକୁ ଯାଉଥିବା ବେଳେ ଏକ ଟ୍ରକ୍ ତାଙ୍କୁ ଚଢ଼ାଇ ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ସୃଷ୍ଟି କରିଛି।