October 23, 2024

ରାଜ୍ୟରେ ବଢି ବଢି ଚାଲିଛି ସାଇବର ଅପରାଧ

1 min read

ଭୁବନେଶ୍ଵର: ରାଜ୍ୟରେ ବଢି ବଢି ଚାଲିଛି ସାଇବର ଅପରାଧ। ୨୦୨୪ ଜାନୁଆରୀରୁ ଜୁନ୍ ମାସ ଅର୍ଥାତ୍ ୬ମାସ ମଧ୍ୟରେ ଭୁବନେଶ୍ଵରରେ ସାଇବର ଅପରାଧ ଜନିତ ୨୩୯୪ଟି ରିପୋର୍ଟ ଥାନାକୁ ଆସିଛି। ଏଥିମଧ୍ୟରୁ ୧୧୦ଟି ମାମଲା ପଞ୍ଜୀକୃତ ହୋଇଛି। ଏସବୁ ମାମଲାରେ ମୋଟ୍ ୩୬କୋଟି ଟଙ୍କା ଠକି ନେଇଛନ୍ତି ସାଇବର ଅପରାଧୀ। ଘଟଣାର ତଦନ୍ତ ବେଳେ ବିଭିନ୍ନ ଆକାଉଣ୍ଟରେ ୯କୋଟି ୫୦ ଲକ୍ଷ ଟଙ୍କାର ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍ ହୋଇଛି। ଠକେଇର ଶିକାର ହୋଇଥିବା ଲୋକମାନେ ମୋଟ୍ ୪୬ ଲକ୍ଷ ଟଙ୍କା ଫେରସ୍ତ ପାଇଲେଣି। ସାଇବର ଠକେଇ ମାମଲା ମଧ୍ୟରୁ ଅଧିକାଂଶ ୟୁପିଆଇ ଠକେଇ, ସୋସିଆଲ ମିଡିଆ ଠକେଇ, ପାର୍ସଲ ଜନିତ ଠକେଇ ଏବଂ ସିମ୍ କେଓ୍ବାସି ନେଇ ମେସେଜ୍ ଦେବା ସମ୍ପର୍କିତ ଠକେଇ ରହିଛି। ସାଇବର ଅପରାଧର ତଦନ୍ତ କରି କମିଶନରେଟ୍ ପୁଲିସ୍ ଏପର୍ଯ୍ୟନ୍ତ ୨୧ଜଣ ସାଇବର ଅପରାଧୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରି ସାରିଛି। ଏମାନଙ୍କ ମଧ୍ୟରେ ୫ଜଣ ଆନ୍ତଃରାଜ୍ୟ ସାଇବର ଠକ ରହିଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *