January 17, 2025

ଶ୍ରୀମନ୍ଦିରରେ ବିଶୃଙ୍ଖଳା ତଥା ଅନ୍ୟ ଏକ ସେବକଙ୍କୁ ମାରପିଟ୍‌ ଘଟଣା

1 min read

ପୁରୀ: ଶ୍ରୀମନ୍ଦିରରେ ବିଶୃଙ୍ଖଳା ତଥା ଅନ୍ୟ ଏକ ସେବକଙ୍କୁ ମାରପିଟ୍‌ ଘଟଣାରେ ଜଣେ ସେବାୟତ ରବିବାର ନିଲମ୍ବିତ ହୋଇଛନ୍ତି। ନିଲମ୍ବିତ ସେବାୟତ ‌ହେଲେ ବିଶ୍ବନାଥ ଖୁଣ୍ଟିଆ। ତାଙ୍କୁ ପ୍ରଶାସନ ନିଲମ୍ବନ କରିଛି। ନିଲମ୍ବନ ସମୟରେ ଶ୍ରୀ ପାଢ଼ୀ ଶ୍ରୀମନ୍ଦିରର କୌଣସି କାର୍ଯ୍ୟରେ ସଂପୃକ୍ତି ରଖିପାରିବେ ନାହିଁ।

ସୂଚନା ଅନୁସାରେ ଶ୍ରୀମନ୍ଦିରରେ ବିଶୃଙ୍ଖଳା ତଥା ଅନ୍ଯ ଏକ ସେବକଙ୍କୁ ମାରପିଟ୍ ପାଇଁ ଶ୍ରୀମନ୍ଦିର ଆଇନ୍ ୨୧ (କ) ଧାରା ଅନୁସାରେ ମୁଖ ପଖାଳ ସେବକ ବିଶ୍ବନାଥ ଖୁଣ୍ଟିଆଙ୍କୁ ଆଗାମୀ ୩ ମାସ ପାଇଁ ସେବାରୁ ନିଲମ୍ବିତ କରାଯାଇଛି। ଏହା ପୂର୍ବରୁ ଶ୍ରୀ ଖୁଣ୍ଟିଆଙ୍କୁ କୈଫିୟତ ତଲବ ହୋଇଥିଲା। ନିଲମ୍ବନ ସମୟରେ ଶ୍ରୀ ଖୁଣ୍ଟିଆ ଶ୍ରୀମନ୍ଦିର ମଧ୍ୟରେ ତାଙ୍କ ସମସ୍ତ ସେବାରୁ ନିବୃତ୍ତ ରହିବାକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଆଦେଶ ପ୍ରଦାନ କରିଛନ୍ତିl