January 14, 2026

ଇତିହାସ ରଚିଛନ୍ତି ମାଲକାନଗିରି ଜିଲ୍ଲାର ବିଚ୍ଛିନ୍ନାଞ୍ଚଳର ଝିଅ ଚମ୍ପା ରାସପେଦା

1 min read

ମାଲକାନଗିରି: ଇତିହାସ ରଚିଛନ୍ତି ମାଲକାନଗିରି ଜିଲ୍ଲାର ବିଚ୍ଛିନ୍ନାଞ୍ଚଳର ଝିଅ ଚମ୍ପା ରାସପେଦା। ଦିଦାୟୀ ସମ୍ପ୍ରଦାୟର ପ୍ରଥମ ଝିଅ ଭାବେ NEET ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି ଚମ୍ପା ରାସପେଦା। ଏମବିବିଏସ ପଢ଼ିବା ପାଇଁ ବାଲେଶ୍ଵରସ୍ଥିତ ‘ଫକୀର ମୋହନ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ୍’ରେ ସେ ନାମ ଲେଖାଇଛନ୍ତି।

ବିଚ୍ଛିନ୍ନାଞ୍ଚଳରେ ଚମ୍ପା ରାସପେଦାଙ୍କ ଘର। ବିଶେଷ ଭାବରେ ଦୁର୍ବଳ ଜନଜାତି ଗୋଷ୍ଠୀର ଝିଅଙ୍କ ଏହି ସଫଳତା ପରେ ଚାରିଆଡୁ ପ୍ରଶଂସାର ସୁଅ ଛୁଟୁଛି।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଚମ୍ପା ରାସପେଦାଙ୍କୁ ଅଭିନନ୍ଦନ ଜଣାଇବା ସହ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି। ସୋସିଆଲ୍ ମିଡିଆରେ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ଯେ, ଚମ୍ପା ରାସପେଦାଙ୍କ କଠିନ ପରିଶ୍ରମ, ଦୃଢ଼ ସଂକଳ୍ପ ଏବଂ ଏହି ସଫଳତା, ଓଡ଼ିଶାର ସମସ୍ତ ଯୁବକ-ଯୁବତୀଙ୍କୁ ପ୍ରେରଣା ଦେବ।ଭବିଷ୍ୟତରେ ଚମ୍ପା ରାସପେଦା ଜଣେ ଭଲ ଡାକ୍ତର ହେବା ସହ ଗରିବ ଓ ପଛୁଆ ଲୋକଙ୍କ ସେବା କରିବେ ବୋଲି ଆଶା କରିଛନ୍ତି ମୁଖ୍ୟମନ୍ତ୍ରୀ।