July 27, 2024

ଇଭିଏମ୍‌ଗୁଡ଼ିକର ସୁରକ୍ଷା ପାଇଁ କେନ୍ଦ୍ରୀୟ ସୁରକ୍ଷାବାହିନୀ ନିୟୋଜିତ କରାଯାଉ: ସମୀର ମହାନ୍ତି

1 min read

ଭୁବନେଶ୍ୱର: ଓଡ଼ିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ସରିଛି । ନିର୍ବାଚନ ପରେ ଇଭିଏମ୍ ଓ ଭିଭିପାଟ ମେଶିନ ଗୁଡ଼ିକୁ ଷ୍ଟଙ୍ଗ ରୁମ୍‌ରେ ରଖାଯାଇଛି । ଏବେ ବିଭିନ୍ନ ଜିଲ୍ଲାରୁ ଆମକୁ ସୂଚନା ମିଳିଛି ଯେ, ଯେଉଁ ଇଭିଏମ୍ ଗୁଡ଼ିକ ନିର୍ବାଚନ ସମୟରେ ବ୍ୟବହାର ହୋଇ ନଥିବା ଅଥବା ଅଚଳ ବୋଲି ନିର୍ବାଚନ ବେଳେ ଘୋଷଣା କରାଯାଇଥିଲା, ସେଗୁଡ଼ିକୁ ଷ୍ଟ୍ରଙ୍ଗରୁମ୍‌ଠାରୁ ଅଳ୍ପ ଦୂରରେ ରଖାଯାଇଛି । ଏହାର ସୁରକ୍ଷା ନେଇ ମନରେ ଆଶଙ୍କା ସୃଷ୍ଟି ହୋଇଛି । କାରଣ ବିଭିନ୍ନ ପ୍ରର୍ଯ୍ୟାୟରେ ରାଜ୍ୟର ଅନେକ ସ୍ଥାନରେ ହିସାଂକାଣ୍ଡ ଘଟିଛି । ବିଶେଷକରି ବିଜେଡିର ଗୁଣ୍ଡାମାନେ ପୋଲିସ କର୍ମଚାରୀଙ୍କ ଉପସ୍ଥିତିରେ ଗୁଣ୍ଡାଗର୍ଦ୍ଦି କରିବାକୁ ପଛଘୁଂଚା ଦେଇନାହାନ୍ତି । କେଉଁଠି ବିଜେପି କର୍ମୀଙ୍କୁ ହତ୍ୟା କରାଯାଇଛି ତ ଆଉ କେଉଁଠି ସାଂସଦ ପ୍ରାର୍ଥୀଙ୍କୁ ମଧ୍ୟ ଆକ୍ରମଣ କରାଯାଇଛି । ଏପରି ଅନେକ ହିଂସାକାଣ୍ଡ ବିଷୟରେ ସମସ୍ତେ ଅବଗତ ଅଛନ୍ତି । ମାତ୍ର ବିଜେଡି ଶାସକ ଦଳ ହୋଇଥିବାରୁ ପୋଲିସ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ବଦଳରେ ନୀରବଦ୍ରଷ୍ଟା ସାଜିଛି ।

ଏଭଳିସ୍ଥିତିରେ ପୋଲିସର କାର୍ଯ୍ୟକାରିତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏନେଇ ନିର୍ବାଚନରେ ଅଚଳ, ବଳକା ଘୋଷଣା କରାଯାଇଥିବା ଓ ବ୍ୟବହୃତ ହୋଇ ନଥିବା ଇଭିଏମ୍‌ଗୁଡିକର ସୁରକ୍ଷା ପାଇଁ ସେଂଟ୍ରାଲ୍ ଫୋର୍ସ ନିୟୋଜିତ କରାଯାଉ । ଷ୍ଟ୍ରଙ୍ଗରୁମ୍ ବାହାରେ ସ୍ଥାନୀୟ ପୋଲିସ ବ୍ୟତୀତ ସେଂଟ୍ରାଲ ଫୋର୍ସକୁ ମଧ୍ୟ ଏହାର ତଦାରଖ ଦାୟିତ୍ୱ ଦିଆଯାଉ ବୋଲି ମୁଖ୍ୟ ନିର୍ବାଚନ ଆୟୋଗ ଓଡ଼ିଶାଙ୍କ ନିକଟରେ ଆମେ ଅନୁରୋଧ କରିଛୁ ବୋଲି ବିଜେପିର ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି । ଏହି ପ୍ରତିିନିଧିମଣ୍ଡଳୀରେ ସାଂସଦ ତଥା କଟକ ଲୋକସଭା ପ୍ରାର୍ଥୀ ଭର୍ତୃହରି ମହତାବ, ରାଜ୍ୟ ମୁଖ୍ୟ ମୁଖପାତ୍ର ସଜ୍ଜନ ଶର୍ମା, ରାଜ୍ୟ ମୁଖପାତ୍ର ପ୍ରଦୀପ ପୁରୋହିତ, ଶିଶିର ସାହୁ, ଚିନ୍ମୟ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *