July 27, 2024

ଗୁରୁବାର ପରାଜିତ ପ୍ରାର୍ଥୀଙ୍କୁ ଡାକି ଆଲୋଚନା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ

1 min read

ଭୁବନେଶ୍ୱର: ନବୀନ ନିବାସରେ ଗୁରୁବାର ପରାଜିତ ପ୍ରାର୍ଥୀଙ୍କୁ ଡାକି ଆଲୋଚନା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ବୈଠକ ପରେ ଗଣମାଧ୍ୟମକୁ ବଡ଼ ବୟାନ ଦେଇଛନ୍ତି ବିଜେଡିର ବରିଷ୍ଠ ନେତା ପ୍ରଫୁଲ୍ଲ ସାମଲ। ସେ କହିଛନ୍ତି ପାଣ୍ଡିଆନ୍‌ଙ୍କ ବିନା ନବୀନ ସବୁ କରିପାରୁଥିବା ଆପଣ ଦେଖିଲେ ତ। ଆପଣମାନଙ୍କ ଧାରଣା ଥିଲା ପାଣ୍ଡିଆନ୍‌ଙ୍କ ବିନା ନବୀନ କିଛି କରିପାରୁନାହାନ୍ତି। ଏବେ ଆପଣମାନେ ଦେଖିଲେ ତ ନବୀନ ସବୁ କରୁଛନ୍ତି।

ତେବେ ଆଲୋଚନା ହେଉଛି କି, ପାଣ୍ଡିଆନ୍‌ଙ୍କୁ ହଟାଇ ଦେଇଛନ୍ତି ନବୀନ। ପ୍ରଫୁଲ୍ଲ ସାମଲଙ୍କ ମନ୍ତବ୍ୟ ପରେ ଏନେଇ ଚର୍ଚ୍ଚା ଜୋର ଧରିଛି। କାଲିଠାରୁ ନବୀନ ନିବାସର କୌଣସି ମିଟିଂରେ ଦିଶୁ ନାହାନ୍ତି ପାଣ୍ଡିଆନ୍‌। କାଲି ବିଜୟୀ ବିଧାୟକମାନଙ୍କ ସହ ମିଟିଂ କରିଥିବା ବେଳେ ଆଜି ପରାଜିତ ପ୍ରାର୍ଥୀଙ୍କୁ ଡାକି ଆଲୋଚନା କରିଛନ୍ତି ନବୀନ।

ଅନ୍ୟପଟେ, ପାଣ୍ଡିଆନ୍‌ ବୁଧବାର ରାତିରେ ଦିଲ୍ଲୀ ଚାଲିଯାଇଥିବା ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ଏପରିକି ଦିଲ୍ଲୀର ଏକ ପଞ୍ଚ ତାରକା ହୋଟେଲରେ ରହୁଥିବା ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *