କନ୍ଧମାଳ ଜିଲ୍ଲାର କଳିଙ୍ଗା ସ୍ଥିତ ଉଦ୍ୟାନ କୃଷି ପ୍ରଶିକ୍ଷଣ କେନ୍ଦ୍ର ପୁଣିଥରେ କାର୍ଯ୍ୟକ୍ଷମ
1 min read
ଘୁ. ଉଦୟଗିରି: ଦୀର୍ଘ ୯ ବର୍ଷର ବ୍ୟବଧାନ ପରେ କନ୍ଧମାଳ ଜିଲ୍ଲାର କଳିଙ୍ଗା ସ୍ଥିତ ଉଦ୍ୟାନ କୃଷି ପ୍ରଶିକ୍ଷଣ କେନ୍ଦ୍ର ପୁଣିଥରେ କାର୍ଯ୍ୟକ୍ଷମ ହୋଇଛି। କାର୍ଯ୍ୟକ୍ଷମ ପରେ ପ୍ରଥମ ପ୍ରଶିକ୍ଷଣରେ ବୈଜ୍ଞାନିକ ପଦ୍ଧତିରେ ଛତୁ ଚାଷ ଓ ଉତ୍ପାଦନ ସମ୍ପର୍କିତ କ୍ଷମତା ବିକାଶ ପ୍ରଶିକ୍ଷଣ ଶିବିର ଆଜି ଠାରୁ ଆରମ୍ଭ ହୋଇଛି।
କଳିଙ୍ଗାସ୍ଥିତ ଉଦ୍ୟାନ କୃଷି ପ୍ରଶିକ୍ଷଣ ପ୍ରତିଷ୍ଠାନ ପକ୍ଷରୁ କନ୍ଧମାଳ ଉଦ୍ୟାନ କୃଷି ବିଭାଗର ଉପନିର୍ଦ୍ଦେଶକଙ୍କ ନେତୃତ୍ୱରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଏହି ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇଛି। ସେପ୍ଟେମ୍ବର ୨୮ରୁ ଅକ୍ଟୋବର ୨ ପର୍ଯ୍ୟନ୍ତ ୪୦ ଜଣ ମହିଳା ଓ ପୁରୁଷଙ୍କୁ ନେଇ ଏହି ପ୍ରଶିକ୍ଷଣ ଚାଲିବ।
ଜିଲ୍ଲା ଉଦ୍ୟାନ କୃଷି ସହ ନିର୍ଦ୍ଦେଶିକା ସ୍ମିତାରାଣୀ ମହାନ୍ତି ପ୍ରଶିକ୍ଷଣ ଶିବିରକୁ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ। କଳିଙ୍ଗା ଉଦ୍ୟାନ କୃଷି ସହନିର୍ଦ୍ଦେଶିକା ଦୀପ୍ତିମୟୀ ବସନ୍ତିଆ, ଏଚ୍ଏଚ୍ଓ ଘୁ.ଉଦୟଗିରି ସରୋଜ କୁମାର ସାହୁ, ଓରମାସ ଡେପୁଟି ଚିଫ୍ ଏକ୍ସିକ୍ୟୁଟିଭ୍ ଅଫିସର ଗୁଣ୍ଡିଚା ବେହେରା, କେବିକେରୁ ପି. ସତେଜ ରାଜ, ବରିଷ୍ଠ ସହାୟକ ମହେଶ୍ୱର ସେଠୀ ଏବଂ ଉଦ୍ୟାନ ଅଧୀକ୍ଷକ ସାଧୁଚରଣ ପାଲଟାସିଂହ ପ୍ରମୁଖ ଉପସ୍ଥିତ ଥିଲେ।


