July 27, 2024

ସାବିତ୍ରୀ ଅମାବାସ୍ୟା ଅବସରରେ ମନ୍ଦିର ମାନଙ୍କରେ ବ୍ୟାପକ ଜନସମାଗମ

1 min read

ଫୁଲବାଣୀ: ପବିତ୍ର ସାବିତ୍ରୀ ଅମାବାସ୍ୟା ଅବସରରେ ଆଜି ସମଗ୍ର ଜିଲା ଉତ୍ସବ ମୁଖର ହୋଇ ପଡ଼ିଥିବା ବେଳେ ବିଶେଷ କରି ପୂଜାର୍ଚ୍ଚନା ପାଇଁ ବିଭିନ୍ନ ମନ୍ଦିର ମାନଙ୍କରେ ବ୍ୟାପକ ଜନସମାଗମ ଦେଖାଯାଇଥିବା ବେଳେ ଫୁଲବାଣୀ ସହରରେ ଚାଲିଥିବା ନାରାୟଣୀ ଯାତ୍ର ଅବସରରେ ଯାତ୍ରା ପଡ଼ିଆ ଠାରେ ଥିବା ପଞ୍ଚଦେବୀ ପଞ୍ଚ ଠାକୁରାଣୀଙ୍କ ଅସ୍ଥାୟୀ ପିଠରେ ହଜାର ହଜାର ସଂଖ୍ୟାରେ ମହିଳା ମାନେ ସାମିଲ୍ ହୋଇ ପୂଜାର୍ଚ୍ଚନା କରିଥିଲେ।
ଯାତ୍ରା କମିଟି ପକ୍ଷରୁ ଏହି ଦିବସ ଅବସରରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। ମନ୍ଦିରର ୧୦ଜଣ ପୂଜା ପୂଜାରେ ସାମିଲ୍ ହୋଇଥିବା ବେଳେ ସମସ୍ତ ସ୍ୱେଚ୍ଛାସେବୀ ଓ କର୍ମକର୍ତ୍ତ ମାନେ ପରିଚାଳନାରେ ସହଯୋଗ କରିଥିଲେ। ବିଭିନ୍ନ ପର୍ଯ୍ୟାୟରେ ପୂଜାର୍ଚ୍ଚନା କରାଯାଇଥିବା ବେଳେ ସକାଳୁ ପ୍ରାୟ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଅସ୍ଥାୟୀ ପିଠାରେ ହଜାର ହଜାର ମହିଳା ମାନଙ୍କର ଜନସମାଗମ ହୋଇଥିଲା।

ପୁଲିସ୍ ପକ୍ଷରୁ ମଧ୍ୟ ଶାନ୍ତି ଶୃଙ୍ଖଳା ପାଇଁ ପଦକ୍ଷେପ ନିଆଯାଇଥିଲା। ସେହିଭଳି କିନ୍ନର ମାନଙ୍କ ପକ୍ଷରୁ ମଧ୍ୟ ସ୍ୱତନ୍ତ୍ର ଭାବେ ପେଞ୍ଜିସାହି ଠାରେ ସାବିତ୍ରା ଅମାବାସ୍ୟା ପାଳନ କରିଥିଲେ। ସହରରେ ଥିବା ବହୁ ସଂଖ୍ୟାରେ କିନ୍ନର ମାନେ ଏକିତ୍ରିତ ହୋଇ ପୂଜାର୍ଚ୍ଚନା କରିଥିଲେ। କାର୍ଯ୍ୟକ୍ରମକୁ କିନ୍ନର ପାୟଲ , ଦିବ୍ୟାଶ୍ରୀ , ସୁମନ ,ବବଲି , ଦିବ୍ୟା , ଜିନ୍ନି , ଅଞ୍ଜଳୀ , ସଙ୍ଗୀତା , ନୟନାଙ୍କ ଭଳି ବହୁ କିନ୍ନର ମାନେ ସାମିଲ୍ ହୋଇଥିଲେ।

Leave a Reply

Your email address will not be published. Required fields are marked *