ତମାଖୁଜାତ ଦ୍ରବ୍ୟରୁ ଗତ ୧୦ ବର୍ଷ ମଧ୍ୟରେ ଓଡ଼ିଶା ରାଜକୋଷକୁ ହଜାର ହଜାର କୋଟି ଟଙ୍କାର ରାଜସ୍ୱ
1 min read
ଭୁବନେଶ୍ୱର: ତମାଖୁ ଓ ତମାଖୁଜାତ ଦ୍ରବ୍ୟରୁ ଗତ ୧୦ ବର୍ଷ ମଧ୍ୟରେ ଓଡ଼ିଶା ରାଜକୋଷକୁ ହଜାର ହଜାର କୋଟି ଟଙ୍କାର ରାଜସ୍ୱ ଆସିଛି। ଏହି ସମୟ ମଧ୍ୟରେ ତମାଖୁଜାତ ଦ୍ରବ୍ୟ ଉପରୁ ସରକାର ୭ ହଜାର ୩୪୬ କୋଟି ୩୧ ଲକ୍ଷ ଟଙ୍କା ଟିକସ ଆଦାୟ କରିଛନ୍ତି। ବିଧାନସଭାରେ ଏନେଇ ମୁଖ୍ୟମନ୍ତ୍ରୀ ଲିଖିତ ଉତ୍ତର ରଖିଛନ୍ତି।
ସରକାରଙ୍କ ତଥ୍ୟ ଅନୁସାରେ, ବିଭିନ୍ନ ରାଜ୍ୟରୁ ଓଡ଼ିଶାକୁ ପାନ ମସଲା, ଗୁଟଖା ଓ ସିଗାରେଟ ସମେତ ବିଭିନ୍ନ ତମାଖୁଜାତ ଦ୍ରବ୍ୟ ଆସୁଛି। ଗତ ୧୦ ବର୍ଷରେ ଦେଶର ୧୯ଟି ରାଜ୍ୟରୁ ୧୧ ହଜାର ୨୦୫ କୋଟି ୬୨ ଲକ୍ଷ ଟଙ୍କାର ତମାଖୁଜାତ ଦ୍ରବ୍ୟ ଓଡ଼ିଶାକୁ ଆସିଥିବା ତଥ୍ୟରୁ ଜଣାପଡ଼ିଛି।


