ବିଜେପି ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ୨୯ଜଣିଆ ପ୍ରାର୍ଥୀଙ୍କ ଦ୍ୱିତୀୟ ତାଲିକା ପ୍ରକାଶ
1 min read
ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ବିଜେପି ୨୯ପ୍ରାର୍ଥୀଙ୍କ ଦ୍ୱିତୀୟ ତାଲିକା ପ୍ରକାଶ କରିଛି। କାଉନସିଲରଙ୍କ ସହ ୫ ମହିଳା ମଧ୍ୟ ଏହି ତାଲିକାରେ ଅନ୍ତର୍ଭୁକ୍ତ ଅଛନ୍ତି। ବିଜେପିର ଦ୍ୱିତୀୟ ତାଲିକାରେ ଅନେକ ବର୍ତ୍ତମାନର ବିଧାୟକ ଏବଂ ସଂଗଠନକୁ ମଜବୁତ କରିବା ପାଇଁ କାର୍ଯ୍ୟ କରୁଥିବା କିଛି ଲୋକଙ୍କୁ ଟିକେଟ୍ ଦିଆଯାଇଛି।
ଏହି ତାଲିକାରେ କେତେକ ପ୍ରମୁଖ ନାମ ଲକ୍ଷ୍ମୀ ନଗରର ବର୍ତ୍ତମାନର ବିଧାୟକ ଅଭୟ ବର୍ମାଙ୍କ ସହିତ ଅନ୍ୟ ଚାରିଜଣ ପୂର୍ବତନ ବିଧାୟକ ପ୍ରଦ୍ୟୁମ୍ନ ରାଜପୁତ, ପୱନ ଶର୍ମା, କପିଲ ମିଶ୍ର ଏବଂ ନୀରଜ ବାସୋୟାଙ୍କ ନାମ ରହିଛି। ଏହା ସହିତ ପୂର୍ବତନ ସିଏମ ମଦନ ଲାଲ ଖୁରାନାଙ୍କ ପୁଅ ହରିଶ ଖୁରାନାଙ୍କୁ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛି।
ଏସବୁ ବଡ଼ ଚେହେରାଙ୍କ ଉପରେ ବିଜେପି ଭରସା କରି ନିର୍ବାଚନୀ ବୈତରଣୀ ପାର୍ ହେବାର ଯୋଜନା କରିଥିବା କୁହାଯାଉଛି।