July 27, 2024

ନିଯୁକ୍ତି ପ୍ରକ୍ରିୟାରେ ବିଜେଡି ସରକାରର କାର୍ଯ୍ୟ ଯୁବପିଢିଙ୍କ ପାଇଁ ଆଶୀର୍ବାଦ ନା ଅଭିଶାପ ? – ସୂରଜ ସୂର୍ଯ୍ୟବଂଶୀ

1 min read

ଭୁବନେଶ୍ୱର: ବିଜେଡି ନେତା ପ୍ରଣବ ପ୍ରକାଶ ଦାସ ସବୁବେଳେ ଜାଣି ଅଜଣା ହୁଅନ୍ତି । ଏହା ତାଙ୍କର ପୁରୁଣା ଅଭ୍ୟାସ । ସେ ତାଙ୍କ ଗୁମାସ୍ତାଙ୍କୁ ଖୁସି କରନ୍ତୁ ମନା ନାହିଁ କିନ୍ତୁ ମୂଳ ପ୍ରଶ୍ନର ଉତ୍ତର ନ ଦେଇ ଖସିବାକୁ ଚେଷ୍ଟା କରନ୍ତୁ ନାହିଁ । ନିଯୁକ୍ତି ଦୁର୍ନୀତିରେ ରାଜ୍ୟ ସରକାରଙ୍କ କାର୍ଯ୍ୟ ଯୁବପିଢିଙ୍କ ପାଇଁ ଆଶୀର୍ବାଦ ନା ଅଭିଶାପ ବୋଲି ଧାମନଗର ବିଧାୟକ ସୂରଜ ସୂର୍ଯ୍ୟବଂଶୀ ପ୍ରଶ୍ନ କରିଛନ୍ତି ।

ସେ କହିଛନ୍ତି ଯେ ଏଡସିଲ୍ କେଉଁ ମନ୍ତ୍ରଣାଳୟ ଓ ଏହାର କାମ କଣ ତାହା ସମସ୍ତଙ୍କୁ ଜଣା । ଏକଥା କାହାକୁ ଅଛପା ନାହିଁ । ମାହାଲ ମାଣ୍ଡା ଚରିତ୍ର ବିଜେଡି ନେତା ଓ ସରକାର ତିଆରି କରୁଛନ୍ତି କି ନାହିଁ ? ଏହାର ବଡ ଉଦାହରଣ ହେଉଛି ରାଜ୍ୟରେ ସ୍କୁଲ ଗୁଡ଼ିକରେ ୫୦ ପ୍ରତିଶତ ପିଲା ଦଶମରୁ ପାଠ ପଢା ଛାଡୁଛନ୍ତି । ଏଥିପାଇଁ ଆପଣଙ୍କର ଓ ଆପଣଙ୍କ ସରକାରଙ୍କ ଚିନ୍ତା ଅଛି କି ନାହିଁ ? ଓଡ଼ିଶାରେ ନିର୍ବାଚିତ ମନ୍ତ୍ରୀ ମାନେ ମନୋନୀତ ବ୍ୟକ୍ତିଙ୍କ ପାଇଁ ପାଲ ବିଛାଇବାରେ ବ୍ୟସ୍ତ ରହୁଛନ୍ତି । ପ୍ରଣବ ପ୍ରକାଶ ଦାସଙ୍କ ଭଳି ନେତା ଟ୍ରାଫିକ କାର୍ଯ୍ୟରେ ନିୟୋଜିତ ହେଉଛନ୍ତି । ସେଥିପାଇଁ ପିଲାମାନେ ପାଠ ଛାଡିବା ପାଇଁ ବାଧ୍ୟ ହେଉଛନ୍ତି କି ?

ରାଜ୍ୟରେ ଯେତେବେଳେ ନିଯୁକ୍ତି ପ୍ରକ୍ରିୟା ହୁଏ ସେତେବେଳେ ଓଡ଼ିଶାର ସେହି ଅଫିସ୍ ସାମ୍ନାରେ ପରୀକ୍ଷାର୍ଥୀ ମାନେ ଧାରଣା ଦିଅନ୍ତି ନା ନାହିଁ ? ବାଲେଶ୍ଵରରେ ପ୍ରଶ୍ନ ପତ୍ର ଲିକ୍ ହେଉ କିମ୍ବା ଏଏସଓ ନିଯୁକ୍ତିରେ ଦୁର୍ନୀତି ଘଟଣା ହେଉ, ପରୀକ୍ଷାର୍ଥୀ ସବୁ ସମୟରେ କୋର୍ଟର ଦ୍ୱାରସ୍ଥ ହେଉଛନ୍ତି । ଏହିଭଳି କାର୍ଯ୍ୟ ଯୁବପିଢିଙ୍କ ପାଇଁ ଆଶୀର୍ବାଦ ନା ଅଭିଶାପ ବୋଲି ଧାମନଗର ବିଧାୟକ ପ୍ରଶ୍ନ କରିଛନ୍ତି ।

Leave a Reply

Your email address will not be published. Required fields are marked *