July 27, 2024

ବନ୍ତ ବ୍ଲକ ସ୍ତିତ ପଧାନପଡା ଶାସନ ଗ୍ରାମରେ ମନ୍ଦିର ପ୍ରତିଷ୍ଠା

1 min read

ଭଦ୍ରକ: ଆଜି ବନ୍ତ ବ୍ଲକ ସ୍ତିତ ପଧାନପଡା ଶାସନ ଗ୍ରାମରେ ଶିବମନ୍ଦିର ପ୍ରତିଷ୍ଠା ହୋଇଛି | ମନ୍ଦିରଟି ୧୯୯୨ ମସିହାରେ ସ୍ୱର୍ଗତ ଆରତ୍ତ କରଙ୍କ ଦ୍ୱାରା ନିର୍ମାଣ କରାଯାଇଥିଲା | ମନ୍ଦିରଟି ବୋହୁ ପୁରୁଣା ହୋଇଥିବାରୁ ଗ୍ରାମବାସୀ ବୃନ୍ଦ ମନ୍ଦିର ଟି କୁ ପୁନର ନିର୍ମାଣ କରି ମନ୍ଦିର ଟି କୁ ଆଜି ପ୍ରତିଷ୍ଠା କରିଛନ୍ତି |

ମନ୍ଦିର ନିର୍ମାଣ କାର୍ଯ୍ୟ ଦୀର୍ଘ ୫ ରୁ ୬ ମାସ ଚାଲିଥିବା ବେଳେ , ଏହା ଶେଷ ହୋଇଛି | ମନ୍ଦିର ପ୍ରତିଷ୍ଠା କାର୍ଯ୍ୟ ୨ ଦିନ ହୋଇଥିବା ବେଳେ ପ୍ରଥମ ଦିନ ରେ କଳସ ବୁଡ଼ା ଯାତ୍ରା ଶେଷ ହୋଇ ଯଜ୍ଞ ହୋଇଥିଲା ପରେ ଗ୍ରାମରେ ରାତ୍ରି ରେ ପ୍ରସାଦ ସେବନ ହୋଇଥିବା ବେଳେ ଆଜି ପ୍ରତିଷ୍ଠା ର ଦ୍ୱିତୀୟ ବା ଶେଷ ଦିନ | ଗ୍ରାମରେ ମୁଖ୍ୟ ରମେଶ ଚନ୍ଦ୍ର କର ମନ୍ଦିର ପ୍ରତିଷ୍ଠା ଓ ମନ୍ଦିର କାର୍ଯ୍ୟର ସମସ୍ତ କାର୍ଯ୍ୟ ବୁଝାବୁଝୀ କରିଥିବା ବେଳେ, ସମସ୍ତ ଗ୍ରାମବାସୀ ସହଯୋଗ ର ଭାରକୁ ସମୁର୍ଣ୍ଣ କରିଛନ୍ତି|

ଗ୍ରାମରେ ସମସ୍ତ ଝିଅ , ଜ୍ୱାଇଁ , ବନ୍ଧୁ ପରିଜନ ଙ୍କୁ ନିମନ୍ତ୍ରଣ କରାଯାଇଥିବା ବେଳେ ସମସ୍ତେ ମନ୍ଦିର ପ୍ରତିଷ୍ଠା ଉତ୍ସବ ରେ ଯୋଗ ଦେଇଛନ୍ତି| ଏହା ସହ ଆଖ ,ପାଖ ୪ ରୁ ୫ ଗାଁ କୁ ଭୋଜନ ର ବ୍ୟବସ୍ତା ରହିଛି | ଏଥି ସହ ସମସ୍ତ କାର୍ଯ୍ୟ ଶେଷ ହୋଇଛି ଏବଂ ମନ୍ଦିର କାର୍ଯ୍ୟ ସମ୍ପୂର୍ଣ ଶେଷ ହୋଇଥିବା ବେଳେ ଗ୍ରାମବାସୀ ବୃନ୍ଦ ଖୁସି ଏବଂ ଉତ୍ସାହିତ ପ୍ରକାଶ କରିଛନ୍ତି | ଗ୍ରାମରେ ଶାନ୍ତି ଓ ଖୁସିର ପରିବେଶ ସୃଷ୍ଟି ହୋଇଛି |

Leave a Reply

Your email address will not be published. Required fields are marked *