July 27, 2024

ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ : ଅମାନ୍ୟ ବିବାହରୁ ଜନ୍ମ ହୋଇଥିବା ପିଲାଙ୍କର ମଧ୍ୟ ପୈତୃକ ସମ୍ପତ୍ତି ଉପରେ ଅଧିକାର ରହିଛି

1 min read

Supreme court | Shutterstock images

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଏକ ଐତିହାସିକ ରାୟ ପ୍ରଦାନ କରିଛନ୍ତି । ଅମାନ୍ୟ ବିବାହରୁ ଜନ୍ମ ହୋଇଥିବା ସନ୍ତାନମାନେ ମଧ୍ୟ ପିତାମାତାଙ୍କ ପୈତୃକ ସମ୍ପତ୍ତିରେ ଅଧିକାର ପାଇବେ। ଏଭଳି ପିଲାମାନେ ବୈଧ ଆଇନଗତ ଉତ୍ତରାଧିକାରୀଙ୍କ ସହ ମଧ୍ୟ ଭାଗ ପାଇବେ। ସୁପ୍ରିମକୋର୍ଟ ଏହି ନୂଆ ରାୟ ଦେଇଛନ୍ତି। ଏପର୍ଯ୍ୟନ୍ତ ଏଭଳି ପିଲାମାନେ ପିତାମାତାଙ୍କ ସ୍ୱୟଂ ଅର୍ଜିତ ସମ୍ପତ୍ତିରେ ଭାଗ ପାଉଥିଲେ। ହିନ୍ଦୁ ବିବାହ ଆଇନର ଧାରା ୧୬(୩)ର ପରିସର ବୃଦ୍ଧି କରାଯାଇଛି। ଦୀର୍ଘ ୧୧ ବର୍ଷ ପରେ ସୁପ୍ରିମକୋର୍ଟ ଏହି ମାମଲାର ସମାଧାନ କରିଥିଲେ। ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ ଜେବି ପାର୍ଦିୱାଲା ଓ ଜଷ୍ଟିସ ମନୋଜ ମିଶ୍ର ଏହି ରାୟ ଶୁଣାଇଛନ୍ତି । କୋର୍ଟ ସ୍ପଷ୍ଟ କରିଛନ୍ତି ଯେ ଏହି ରାୟ କେବଳ ହିନ୍ଦୁ ମିତାକ୍ଷର ଆଇନ ଦ୍ୱାରା ପରିଚାଳିତ ହିନ୍ଦୁ ଯୁଗ୍ମ ପରିବାର ସମ୍ପତ୍ତି ଉପରେ ଲାଗୁ ହେବ।

ହିନ୍ଦୁ ବିବାହ ଆଇନର ଧାରା ୧୬(୩)ରେ କୁହାଯାଇଛି ଯେ ଅମାନ୍ୟ ବିବାହରୁ ଜନ୍ମ ହୋଇଥିବା ସନ୍ତାନର ପିତାମାତାଙ୍କ ପୈତୃକ ସମ୍ପତ୍ତିରେ ଅଧିକାର ରହିବ ନାହିଁ। କିନ୍ତୁ ଅମାନ୍ୟ ବିବାହରୁ ଜନ୍ମ ହୋଇଥିବା ପିଲାମାନଙ୍କର ହିନ୍ଦୁ ଆଇନ ଅନୁଯାୟୀ ପିତାମାତାଙ୍କ ପୈତୃକ ସମ୍ପତ୍ତିରେ ଅଧିକାର ଅଛି କି ନାହିଁ ତାହା କୋର୍ଟଙ୍କୁ ନିଷ୍ପତ୍ତି ନେବାକୁ ପଡ଼ିଥିଲା।

ସୁପ୍ରିମକୋର୍ଟ ଖଣ୍ଡପୀଠ ହିନ୍ଦୁ ବିବାହ ଆଇନ, ୧୯୫୫ର ଧାରା ୧୬(୩)ର ପରିସର ବୃଦ୍ଧିର ପ୍ରଭାବ ଉପରେ ଶୁଣାଣି କରିଥିଲେ ଓ ସମସ୍ତ ଯୁକ୍ତି ଶୁଣିବା ପରେ ଅଗଷ୍ଟ ୧୮ରେ ସୁପ୍ରିମକୋର୍ଟ ଏହି ମାମଲାର ରାୟ ସଂରକ୍ଷିତ ରଖିଥିଲେ। ଶୁଣାଣି ସମୟରେ ପ୍ରଧାନ ବିଚାରପତି ଚନ୍ଦ୍ରଚୂଡ଼ ହିନ୍ଦୁ ଉତ୍ତରାଧିକାର ଆଇନର ପ୍ରମୁଖ ବ୍ୟବସ୍ଥା ସମ୍ପର୍କରେ ବର୍ଣ୍ଣନା କରି କହିଥିଲେ ଯେ ୨୦୦୫ରେ ହିନ୍ଦୁ ଉତ୍ତରାଧିକାର ଆଇନରେ ସଂଶୋଧନ କରାଯାଇଥିଲା।

Leave a Reply

Your email address will not be published. Required fields are marked *