January 24, 2026

ମଣିପୁରରେ ଚାନ୍ଦା ଆଦାୟ ଅଭିଯୋଗରେ ଦୁଇ ଆତଙ୍କବାଦୀ ସମେତ ତିନି ଜଣଙ୍କୁ ସୁରକ୍ଷା ବାହିନୀ ଗିରଫ

1 min read

ଇମ୍ଫାଲ: ମଣିପୁରରେ ଚାନ୍ଦା ଆଦାୟ ଅଭିଯୋଗରେ ଦୁଇ ଆତଙ୍କବାଦୀ ସମେତ ତିନି ଜଣଙ୍କୁ ସୁରକ୍ଷା ବାହିନୀ ଗିରଫ କରିଛି ବୋଲି ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି। ଚାନ୍ଦା ଆଦାୟ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିବା ଅଭିଯୋଗରେ ଇମ୍ଫାଲ ପଶ୍ଚିମ, ଇମ୍ଫାଲ ପୂର୍ବ ଏବଂ କାଙ୍ଗପୋକପି ଜିଲାରୁ ସୁରକ୍ଷା ବାହିନୀ ଦୁଇ ଆତଙ୍କବାଦୀ ସମେତ ତିନି ଜଣଙ୍କୁ ଗିରଫ କରିଛି।

ଇମ୍ଫାଲ ପଶ୍ଚିମ ଜିଲାର ଲୋଇଟାଙ୍ଗ ଖୁଲେନ ଅଞ୍ଚଳରୁ ନିଷିଦ୍ଧ କେସିପି(ପିଡବ୍ଲ୍ୟୁଜି)ର ଜଣେ ସକ୍ରିୟ କ୍ୟାଡରଙ୍କୁ ଗିରଫ କରାଯାଇଛି। ସେହିପରି ଇମ୍ଫାଲ ପୂର୍ବ ଜିଲାର ସାଗୋଲମାଙ୍ଗ ବଜାରରୁ ନିଷିଦ୍ଧ ସଂଗଠନ ପ୍ରିପକ୍(ପ୍ରୋ)ର ଜଣେ ସଦସ୍ୟଙ୍କୁ ଗିରଫ କରାଯାଇଛି। ଟ୍ରକ୍ ଡ୍ରାଇଭରମାନଙ୍କଠାରୁ ଟଙ୍କା ଆଦାୟ କରିବା ଅଭିଯୋଗରେ କାଙ୍ଗପୋକପି ଜିଲାର ଖାମେନଲୋକରୁ ଜଣଙ୍କୁ ଗିରଫ କରିଛି ବୋଲି ପୁଲିସ ସୂଚନା ଦେଇଛି।