March 12, 2026

ଆଖି ବୁଜିଲା ଯଶୋଦା

1 min read

ବାରିପଦା: ଆଖି ବୁଜିଲା ଅସୁସ୍ଥ ହାତୀ ଯଶୋଦା । ଶିମିଳିପାଳ ଜେନାବିଲି ରେଞ୍ଜରେ ହାତୀ ଯଶୋଦାର ମୃତ୍ୟୁ ହୋଇଥିବା ନେଇ ସୂଚନା ଦେଇଛନ୍ତି ଶିମିଳିପାଳ ଆରସିସିଏଫ୍। ଯଶୋଦା ଡିପ୍ ବର୍ଣ୍ଣ ରୋଗରେ ପୀଡିତ ଥିଲା। ମୃତ୍ୟୁ ବେଳକୁ ତାକୁ ୩୬ ବର୍ଷ ବୟସ ହୋଇଥିବା ଅନୁମାନ କରାଯାଉଛି। ଯଶୋଦା କିଛି ଦିନ ତଳେ ଚନ୍ଦକାରେ ଥିବା ସମୟରେ ଅସୁସ୍ଥ ହୋଇଥିଲା। ସେଠାରେ ଦିନକୁ ଦିନ ସ୍ଵାସ୍ଥ୍ୟବସ୍ଥା ଅଧିକ ବିଗିଡିବାରୁ ଜେନାବିଲ ରେଞ୍ଜକୁ ସ୍ଥାନାନ୍ତର କରାଯାଇଥିଲା। ଆଜି ଚିକିତ୍ସାଧିନ ଅବସ୍ଥାରେ ଯଶୋଦାର ମୃତ୍ୟୁ ଘଟିଥିବା ସୂଚନା ମିଳିଛି।