ମୁକୁଳା ଡ୍ରେନରେ ଭାସି ନାବାଳକ ମୃତ୍ୟୁ ଘଟଣାକୁ ନେଇ ନଗର ଉନ୍ନୟନ ବିଭାଗକୁ ରିପୋର୍ଟ ଦେଇଛି ବିଏମସି
1 min read
ଭୁବନେଶ୍ଵର: ଭୁବନେଶ୍ଵରର ମୁକୁଳା ଡ୍ରେନରେ ଭାସି ନାବାଳକ ମୃତ୍ୟୁ ଘଟଣାକୁ ନେଇ ନଗର ଉନ୍ନୟନ ବିଭାଗକୁ ରିପୋର୍ଟ ଦେଇଛି ଭୁବନେଶ୍ଵର ମହାନଗର ନିଗମ (ବିଏମସି)। ଜୁନ ୧୮ ତାରିଖରେ ୟୁନିଟ-୩ ମସଜିଦ କଲୋନୀର ୧୦ ବର୍ଷର ଏସକେ ରାଜେଶ ଡ୍ରେନରେ ଭାସିଯାଇ ପ୍ରାଣ ହରାଇଥିଲା। ଏହି ଘଟଣାକୁ ନେଇ ବିଏମସିକୁ ରିପୋର୍ଟ ମାଗିଥିଲେ ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ
ବିଭାଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର। ଭୁବନେଶ୍ଵରରେ କେତେ କିଲୋମିଊର ଡ୍ରେନ ମୁକୁଳା ରହିଛି ଏବଂ କେତୋଟି ଡ୍ରେନରେ ସ୍ଲାବ ନାହିଁ ତା’ର ସବିଶେଷ ରିପୋର୍ଟ ଦେଇଛି ବିଏମସି। ଡ୍ରେନ କାମ ନେଇ ସେସମୟର ଡ୍ରେନେଜ ବିଭାଗର କାର୍ଯ୍ୟରତ ଅଧିକାରୀଙ୍କୁ ବିଏମସି ଦାୟୀ କରିବା ସହ ଜେଇଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛି। ଏ ନେଇ ସୂଚନା ଦେଇଛନ୍ତି ଭୁବନେଶ୍ଵର ମେୟର ସୁଲୋଚନା ଦାସ।