July 15, 2024

ଘରୋଇ ଇଂଜିନିୟରିଂ କଲେଜ୍ ଅଧ୍ୟାପିକାଙ୍କ ସନ୍ଦେହ ଜନକ ମୃତ୍ୟୁ

1 min read

ଭୁବନେଶ୍ୱର : ଘରୋଇ ଇଂଜିନିୟରିଂ କଲେଜ୍ ଅଧ୍ୟାପିକାଙ୍କ ସନ୍ଦେହ ଜନକ ମୃତ୍ୟୁ । କଲେଜ ଛାତରୁ ପଡି ଅଧ୍ୟାପିକାଗୁରୁତର ହୋଇଥିବାବେଳେ ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ଘଟିଛି | ତାଙ୍କ ମୃତ୍ୟୁକୁ ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ | ରାଜଧାନୀ ତମାଣ୍ଡୋ ଥାନା ଅଧୀନରେ ଏକ ଘରୋଇ ଇଞ୍ଜିନିୟରିଂ କଲେଜରେ କମ୍ପୁଟର ସାଇନସ୍ ବିଭାଗର ଅଧ୍ୟାପିକା ଥିଲେ ବର୍ଷା ମିଶ୍ର । ତେବେ ଗତ ୧୧ ତାରିଖ ଦିନ କଲେଜ ଚାଲୁଥିବା ସମୟରେ ଅପରାହ୍ନ ୩ ଟା ସମୟରେ ସେ ଛାତରୁ ଖସି ଗୁରୁତର ହୋଇଥିଲେ | ପରେ ତାଙ୍କୁ ଚିକିତ୍ସା ପାଇଁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଆଜି ତାଙ୍କର ମୃତ୍ୟୁ ଘଟିଛି । ତାଙ୍କର ମୃତ୍ୟୁକୁ ନେଇ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି |

ପରିବାର ଲୋକଙ୍କ ଅଭିଯୋଗ କରିଛନ୍ତି ଯେ, କଲେଜ୍ ସମୟରେ ବର୍ଷା କଲେଜ୍ ଛାତରୁ ପଡିଲେ କେମିତି । ବର୍ଷା କଲେଜ ଛାତରୁ ଗଲି ପଡ଼ିଥିଲେ ମଧ୍ୟ କଲେଜ କର୍ତୃପକ୍ଷ ଏହି ଗଟନକୁ ଗୁରୁତର ସହ କାହିଁକି ନେଲେ ନାହିଁ | ଏପରିକି ପରିବାର ଲୋକଙ୍କୁ କଲେଜ ପକ୍ଷରୁ କୌଣସି ସଂଯୋଗ ମଧ୍ୟ ମିଳି ନଥିବା କହିଛନ୍ତି ପରିବାର ଲୋକେ |ବର୍ଷାଙ୍କୁ ମାନସିକ ନିର୍ଯ୍ୟାତନା ଦିଆଯାଇ ହତ୍ୟା କରାଯିବା ଭଳି ସାଙ୍ଘାତିକ ଅଭିଯୋଗ ଆଣିଛି ପରିବାର। ଏ ନେଇ ତମଣ୍ଡୋ ଥାନାରେ ଏକ ଲିଖିତ ଅଭିଯୋଗ ପରେ ପୁଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ କରିଛି। ତେବେ ଏ ସମ୍ପର୍କରେ ସଂପୃକ୍ତ କଲେଜ୍ କର୍ତ୍ତୁପକ୍ଷଙ୍କ ପକ୍ଷରୁ ପ୍ରତିକ୍ରିୟା ମିଳିପାରିନାହିଁ।

Leave a Reply

Your email address will not be published. Required fields are marked *