October 14, 2026

କନ୍ଧମାଳ ଜିଲା ଫୁଲବାଣୀ ଟାଉନ ଥାନା ପୋଲିସ ଗଞ୍ଜେଇ ଚାଲାଣ ମାମଲାରେ ଜଣେ ସମିତି ସଭ୍ୟଙ୍କୁ ଗିରଫ

1 min read

ଫୁଲବାଣୀ, ୧୪।୧୦: କନ୍ଧମାଳ ଜିଲା ଫୁଲବାଣୀ ଟାଉନ ଥାନା ପୋଲିସ ଗଞ୍ଜେଇ ଚାଲାଣ ମାମଲାରେ ଜଣେ ସମିତି ସଭ୍ୟଙ୍କୁ ଗିରଫ କରିଛି। ସେ ହେଲେ ପଲାବ୍ରୁଡି ସମିତି ସଭ୍ୟ ଜିତେନ୍ଦ୍ର ଦିଗାଲ। ଗତ ୧୦ ତାରିଖ ରାତିରେ ଗୋଚ୍ଛାପଡା ଥାନା ପଲାବ୍ରୁଡି ପଞ୍ଚାୟତର ମୁସେଲିପାଙ୍ଗାରେ ବନରକ୍ଷୀ ବିଷ୍ଣୁ ପ୍ରସାଦ ରାଏ ଗାଡ଼ି ଯାଞ୍ଚ କରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ସହ ପାଟିତୁଣ୍ଡ କରିଥିଲେ। ଏହାକୁ ନେଇ ବନରକ୍ଷୀ ଗୋଚ୍ଛାପଡ଼ା ଥାନାରେ ଅଭିଯୋଗ କରିଥିଲେ। ଏନେଇ ଗୋଚ୍ଛାପଡ଼ା ଥାନା ଅଧିକାରୀ ଶୁଭ୍ରଜିତ ସାମନ୍ତରାୟ ଏକ ମାମଲା ରୁଜୁ କରି ତଦନ୍ତ କରିଥିଲେ l ଜିତେନ୍ଦ୍ରଙ୍କ ସମେତ ୨ ଜଣଙ୍କୁ ଥାନାକୁ ନେଇ ପଚରାଉଚରା କରାଯାଇଥିଲା। ତଦନ୍ତ ବେଳେ ସମିତି ସଭ୍ୟ ଜିତେନ୍ଦ୍ରଙ୍କ ନାଁରେ ଫୁଲବାଣୀ ଟାଉନ ଥାନାରେ ପୂର୍ବରୁ ଗଞ୍ଜେଇ ଚାଲାଣ ମାମଲା ଥିବା ଏବଂ ୱାରେଣ୍ଟ ଜାରି ହୋଇଥିବା ଜଣାପଡ଼ିଥିଲା। ଟାଉନ ପୋଲିସ ଜିତେନ୍ଦ୍ରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅନ୍ୟ ୨ ଜଣଙ୍କୁ ନୋଟିସ କରି ଛାଡ଼ିଦେଇଛି।