ମହିଳା ଓ ବାଳିକାଙ୍କ ପାଇଁ ସୁରକ୍ଷିତ, ସମାବେଶୀ ଓ ଭୟମୁକ୍ତ ସହର ଗଠନ ଲକ୍ଷ୍ୟରେ ନିର୍ଭୟା ପଦକ୍ଷେପ
1 min read
ଭୁବନେଶ୍ୱର: ମହିଳା ଓ ବାଳିକାଙ୍କ ପାଇଁ ସୁରକ୍ଷିତ, ସମାବେଶୀ ଓ ଭୟମୁକ୍ତ ସହର ଗଠନ ଲକ୍ଷ୍ୟରେ ନିର୍ଭୟା ପଦକ୍ଷେପ ଅଧୀନରେ ସମ୍ବଲପୁରଜିଲ୍ଲା ପ୍ରଶାସନ ପକ୍ଷରୁ କାର୍ଯ୍ୟକାରୀ ହେବାକୁ ଥିବା ବିଭିନ୍ନ ଯୋଜନାର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।
Pravati Parida: ସମ୍ପୂର୍ଣା ଶ୍ରୀ ମିସନ ଓ ନିର୍ଭୟା କଢ଼ି ଭଳି ପଦକ୍ଷେପ ଏକ ସ୍ୱତନ୍ତ୍ର ପରିଚୟ ଦେବ: ପରିଡ଼ା
ଆଜି (ମଙ୍ଗଳବାର) ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ସମୀକ୍ଷା ବୈଠକର ଅଧ୍ୟକ୍ଷତା କରିଥିଲେ। ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା, ପୁଲିସ ମହାନିର୍ଦ୍ଦେଶକ ବିନୟତୋଷ ମିଶ୍ର, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କମିଶନର-ତଥା-ଶାସନ ସଚିବ ଅଶ୍ଵତୀ ଏସ., ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କମିଶନର-ତଥା-ଶାସନ ସଚିବ ଡା ଏନ୍. ତିରୁମାଲା ନାଏକ ଏବଂ ମହିଳା ଓ ଶିଶୁ ବିକାଶ ବିଭାଗର କମିଶନର-ତଥା-ଶାସନ ସଚିବ ଡ ମୃଣାଳିନୀ ଦର୍ସୱାଲଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ। ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ଆଭାସୀ ମାଧ୍ୟମରେ ଯୋଗଦେଇ ପ୍ରସ୍ତାବିତ ଯୋଜନାଗୁଡ଼ିକର ରୂପରେଖ ଉପସ୍ଥାପନ କରିଥିଲେ।


