ଇଞ୍ଜିନ୍ରେ ତ୍ରୁଟି ଦେଖାଦେବାରୁ ଭୋପାଳରୁ ଦିଲ୍ଲୀ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନକୁ ଜୟପୁର ଆଡ଼କୁ ଡାଇଭର୍ଟ କରି ଜରୁରୀ ଅବତରଣ
1 min read
ଜୟପୁର: ଇଞ୍ଜିନ୍ରେ ତ୍ରୁଟି ଦେଖାଦେବାରୁ ଭୋପାଳରୁ ଦିଲ୍ଲୀ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନକୁ ଜୟପୁର ଆଡ଼କୁ ଡାଇଭର୍ଟ କରି ଜରୁରୀ ଅବତରଣ କରାଯାଇଛି। ବିମାନରେ ପ୍ରାୟ ୧୪୦ ଜଣ ଯାତ୍ରୀ ଥିବାବେଳେ ସମସ୍ତ ଯାତ୍ରୀ ଓ କ୍ରୁ ସଦସ୍ୟ ସୁରକ୍ଷିତ ଥିବା ଜଣାପଡ଼ିଛି।ଏୟାର ଇଣ୍ଡିଆର AI-1886 ବିମାନଟି ଭୋପାଳର ରାଜା ଭୋଜ ବିମାନବନ୍ଦରରୁ ସକାଳ ୮ଟା ୪୭ ମିନିଟ୍ରେ ଦିଲ୍ଲୀ ଅଭିମୁଖେ ଉଡ଼ାଣ ଭରିଥିଲା। ନିର୍ଦ୍ଧାରିତ ସମୟ ଅନୁସାରେ ବିମାନଟି ସକାଳ ୯ଟା ୫୫ ମିନିଟ୍ରେ ଦିଲ୍ଲୀରେ ଅବତରଣ କରିବାର ଥିଲା।ଉଡ଼ାଣ ସମୟରେ ବିମାନର ଇଞ୍ଜିନ୍ରେ ତ୍ରୁଟି ଦେଖାଦେବା ପରେ ପାଇଲଟ୍ ସୁରକ୍ଷା ଦୃଷ୍ଟିରୁ ଏୟାର ଟ୍ରାଫିକ୍ କଣ୍ଟ୍ରୋଲ୍ (ATC) ସହ ଯୋଗାଯୋଗ କରିଥିଲେ। ଏହାପରେ ବିମାନର ରୁଟ୍କୁ ଜୟପୁର ଆଡ଼କୁ ମୋଡ଼ାଯାଇଥିଲା। ଜୟପୁର ବିମାନବନ୍ଦରରେ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ବିମାନଟିର ଜରୁରୀ ଅବତରଣ କରାଯାଇଥିଲା।ବିମାନ ଅବତରଣ ପରେ ଯାତ୍ରୀମାନଙ୍କୁ ସୁରକ୍ଷିତ ଭାବେ ବାହାର କରାଯାଇ ଆରାଇଭାଲ୍ ହଲ୍କୁ ନିଆଯାଇଥିଲା। ବର୍ତ୍ତମାନ ଗ୍ରାଉଣ୍ଡ ଷ୍ଟାଫ୍ ଓ ଏୟାରଲାଇନ୍ସର ଟେକ୍ନିକାଲ୍ ଟିମ୍ ବିମାନର ଯାଞ୍ଚ କରୁଛନ୍ତି।


