ଖରସ୍ରୋତା ନଦୀ ପାର ହେବା ଲାଗି ଡ଼ଙ୍ଗା ନିକଟକୁ ଯାଉଥିବା ବେଳେ ଟାଣି ନେଲା କୁମ୍ଭୀର
1 min read
ରାଜକନିକା : ଖରସ୍ରୋତା ନଦୀ ପାର ହେବା ଲାଗି ଡ଼ଙ୍ଗା ନିକଟକୁ ଯାଉଥିବା ବେଳେ ଟାଣି ନେଲା କୁମ୍ଭୀର। ରାଜକନିକାରୁ ଏଭଳି ଦୁଃଖଦ ଓ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ପରେଶ୍ବର ବେହରା ନାମକ ବ୍ୟକ୍ତିଙ୍କୁ କୁମ୍ଭୀର ଟାଣି ନେଇଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି। ଦୀପାଞ୍ଚଳ ଗାଁ ଗଙ୍ଗାଧର ପ୍ରସାଦଡିଆ ଗାଁରେ ଏହି ଅଘଟଣ ଘଟିଛି। ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ, ଓଡ୍ରାଫ ଟିମ ଖୋଜାଖୋଜି ଜାରି ରଖିଛନ୍ତି। ବର୍ତ୍ତମାନ ଘଟଣାସ୍ଥଳରେ ଦୁଇଟି ଏନଡିଆରଏଫ ଟିମ ପହଁଚି ଖୋଜାଖୋଜି ଆରମ୍ଭ କରିଛନ୍ତି। ଘଟଣାସ୍ଥଳରେ ବନ ବିଭାଗର ଅଧିକାରୀମାନେ ପହଞ୍ଚିଛନ୍ତି।


