July 14, 2026

ପୂଣ୍ୟମା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୮ତମ ଶ୍ରାଦ୍ଧୋତ୍ସବ

1 min read

କେନ୍ଦୁଝର: ପୂଣ୍ୟମା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୮ତମ ଶ୍ରାଦ୍ଧୋତ୍ସବ ଅବସରରେ ମଙ୍ଗଳବାର ସକାଳେ ଟେଲିଫୋନ ଏକ୍ସଚେଞ୍ଜ ଛକସ୍ଥିତ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ବହୁ ବିଶିଷ୍ଟ ବ୍ୟକ୍ତି ମାଲ୍ୟାର୍ପଣ ପୂର୍ବକ ଶ୍ରଦ୍ଧାସୁମନ ଅର୍ପଣ କରିଛନ୍ତି।କେନ୍ଦୁଝର ବନଖଣ୍ଡ ଅଧିକାରୀ ଧନରାଜ ଏଚ.ଡି ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ କେନ୍ଦୁଝରଗଡ ଉପନଗରପାଳ ବରଦା ପ୍ରସନ୍ନ ଦାସ, ଜିଲା ପରିଷଦ ସଦସ୍ୟ ଆଶିଷ ଚକ୍ରବର୍ତ୍ତୀ, ସିଟିଜି ଫାଉଣ୍ଡେସନ ଚେୟାରମ୍ୟାନ ରାଜେନ୍ଦ୍ର କୁମାର ପଲେଇ, ଗୋନାସିକା ମହାବିଦ୍ୟାଳୟର ଚେୟାରମ୍ୟାନ ରାଜଶ୍ରୀ ଖଟୋଇ ,ମିଳନୀ ସାହିତ୍ୟ ସଂସଦ ସଭାପତି ଦେବାଶିଷ ଚକ୍ରବର୍ତ୍ତୀ, ବରିଷ୍ଠ ସଦସ୍ୟ ଗୀତରାଣୀ ଦାଶ,ପ୍ରତାପ କର୍ମକାର,ଗାନ୍ଧିବାଦୀ ତତ୍ତ୍ୱବିତ ଭକ୍ତବତ୍ସଳ ମହାନ୍ତି,
ରୋଟାରିଆନ ଦେବବ୍ରତ ସ୍ୱାଇଁ,ଦନ୍ତ ବିଶେଷଜ୍ଞ ଡାକ୍ତର ସଂଜୀବ ଓତା, ଜିଲା ଆଇନଜୀବୀ ସଂଘର ସଭାପତି ଆଲୋକ ମହାନ୍ତ, ସମ୍ପାଦକ ଅନ୍ତର୍ଯ୍ୟାମୀ ସାହୁ, ଆଇନଜୀବୀ ଜ୍ଞାନେନ୍ଦ୍ର ଜେନା,ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ବଣିଆପାଟର ଆଚାର୍ଯ୍ୟ ବିଦ୍ୟାଧର ମହାନ୍ତ, ଜିଲା ରେଡକ୍ରସ୍ ଯୁଗ୍ମ ସମ୍ପାଦକ ଏ ଆର ଖାନ, ଶିକ୍ଷକ ପିନାକୀ ମିଶ୍ର, ବିଜୟ କୁମାର ବେହେରା ଓ କେନ୍ଦୁଝର ଫିଲ୍ମ ଏକାଡେମୀର ଉପ ସଭାପତି ପଦ୍ମ ଲୋଚନ ଦଳେଇ, ଅବସରପ୍ରାପ୍ତ କର୍ମଚାରୀ ସଂଘ ସମ୍ପାଦକ କୃଷ୍ଣଚନ୍ଦ୍ର ପରିଡା,ଅବସରପ୍ରାପ୍ତ କେନ୍ଦ୍ର ସରକାରୀ କର୍ମଚାରୀ ସଙ୍ଘର ସହ ସମ୍ପାଦକ ଶରତ ଚନ୍ଦ୍ର ପାତ୍ର,ବିଶିଷ୍ଟ ସାହିତ୍ୟିକ ଭରତ ଚନ୍ଦ୍ର ପାତ୍ର, ସାମ୍ବାଦିକ ପବିତ୍ର ବେହେରା, ସତ୍ୟଜିତ ସାମନ୍ତରାୟ,କେଏସଇ ଶିକ୍ଷାନୁଷ୍ଠାର ଅଧ୍ୟାପକ ଭାବଗ୍ରାହୀ ମିଶ୍ର,ବରିଷ୍ଠ ନାଗରିକ ତ୍ରିଲୋଚନ ରଥ,ଉମାକାନ୍ତ ପତ୍ରୀ,ଉମାକାନ୍ତ ବେହେରା, ଦୈତାରୀ ଚନ୍ଦ୍ର କର ଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ରହି ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ଗୋପବନ୍ଧୁଙ୍କ ତ୍ୟାଗ ଓ ସେବା ସମସ୍ତଙ୍କ ପାଇଁ ସର୍ବଦା ପ୍ରାତଃ ସ୍ମରଣୀୟ ବୋଲି ଅତିଥିଗଣ ମତ ମତ ବ୍ୟକ୍ତି କରିଥିଲେ। ସମାଜ କେନ୍ଦୁଝର ଜିଲା ପ୍ରତିନିଧି ବିଜୟ କୁମାର ମିଶ୍ରଙ୍କ ସଂଯୋଜନାରେ ନଗର ଭବନ ସଭାଗୃହରେ ସ୍ମୃତିଚାରଣ ସଭାର ଅନୁଷ୍ଠିତ ହୋଇଥିଲା। ଏହି ସ୍ମୃତି ସଭାରେ ମୁଖ୍ୟ ଅତିଥି ଭାବେ ଧରଣୀଧର ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସଞ୍ଜୟ କୁମାର ପାତ୍ରମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଗୋପବନ୍ଧୁଙ୍କ ଅବଦାନ ଗୁରତ୍ବପୂର୍ଣ୍ଣ କହି ନିଜକୁ ଓଡ଼ିଆ ଭାବେ ଗର୍ଵ ଅନୁଭବ କରି ସ୍ମୃତି ଚାରଣ କରିଥିଲେ। ମୁଖ୍ୟବକ୍ତା ଭାବେ କେନ୍ଦୁଝର ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରିଣୀ ଜ୍ୟୋତିର୍ମୟୀ ନାୟକ ଯୋଗ ଦେଇ ଉତ୍କଳମଣି ଗୋପବନ୍ଧୁଙ୍କ ତ୍ୟାଗ ଓ ସେବା ଦ୍ୱାରା ଦେଶର ଉନ୍ନତି ସମ୍ଭବ ବୋଲି ମତବ୍ୟକ୍ତ କରିଥିଲେ। ସମ୍ମାନିତ ଅତିଥି ଭାବେ ଜିଲା ପରିଷଦର ସଦସ୍ୟ ଆଶିଷ ଚକ୍ରବର୍ତ୍ତୀ ଯୋଗ ଦେଇଥିଲେ। ବରିଷ୍ଠ ସାମ୍ବାଦିକ ତଥା କେନ୍ଦୁଝର ସମାଜର ଉପଦେଷ୍ଟା ସତ୍ୟନାରାୟଣ ମିଶ୍ର ପଣ୍ଡିତ ଗୋପବନ୍ଧୁଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ ପୂର୍ବକ ତାଙ୍କ ନୀତି ଓ ଆଦର୍ଶରେ ଯୁବ ସମାଜ ଅନୁପ୍ରାଣିତ ହେବାକୁ ଆହ୍ୱାନ ଦେଇଥିଲେ। ଏହି ସଭାରେ ମିଳନୀ ସାହିତ୍ୟ ସଂସଦର ସଭାପତି ଦେବାଶିଷ ଚକ୍ରବର୍ତ୍ତୀ,ଗାନ୍ଧିବାଦୀ ତତ୍ତ୍ୱବିତ ଭକ୍ତବତ୍ସଳ ମହାନ୍ତି, ଅଵସରପ୍ରାପ୍ତ ପ୍ରାଧ୍ୟାପକ ସୁଧା ଦାଶ,ବରିଷ୍ଠ ନାଗରିକ କୃଷ୍ଣଚନ୍ଦ୍ର ପରିଡା, ଭରତ ପାତ୍ର,ପଣ୍ଡିତ ମଧୁସୂଦନ ମିଶ୍ର ପ୍ରମୁଖ ଉପସ୍ଥିତ ରହି ନିଜ ମତବ୍ୟକ୍ତ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଏହି ସଭାକୁ ବିଶିଷ୍ଟ ସାହିତ୍ୟିକ ଶାନ୍ତନୁ ମହାପାତ୍ର ମଞ୍ଚ ପରିଚାଳନା କରିଥିଲେ। ରିଜର୍ଭ ପୁଲିସ ପରିସର ସ୍ଥିତ ପୁଷ୍କରିଣୀରେ ତିଳ ତର୍ପଣ ପରେ ଟେଲିଫୋନ ଏକ୍ସଚେଞ୍ଜ ଛକସ୍ଥିତ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଓ ନଗର ଭଵନରେ ଆୟୋଜିତ ସ୍ମୃତିସଭା କାର୍ଯ୍ୟକ୍ରମ ପରିଚାଳନାରେ ସାମ୍ବାଦିକ ପବିତ୍ର ବେହେରା ସହଯୋଗ କରିଥିଲେ। ଶେଷରେ ଜିଲା ପ୍ରତିନିଧି ବିଜୟ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।