ଟ୍ରମ୍ପଙ୍କ ବାଣିଜ୍ୟ ନୀତିକୁ ବଡ଼ ଆଇନଗତ ଝଟକା
1 min read
ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବାଣିଜ୍ୟ ନୀତିକୁ ଏକ ବଡ଼ ଆଇନଗତ ଝଟକା ଲାଗିଛି। ଆମେରିକା ବାଣିଜ୍ୟ ଅଦାଲତ ରାଷ୍ଟ୍ରପତିଙ୍କ ସଦ୍ୟତମ ୧୦% ବିଶ୍ୱସ୍ତରୀୟ ଶୁଳ୍କକୁ ଅବୈଧ ଘୋଷଣା କରି ବିପକ୍ଷରେ ରାୟ ଦେଇଛନ୍ତି। କୋର୍ଟ ସ୍ପଷ୍ଟ କରିଛନ୍ତି ଯେ ଏହି ବ୍ୟାପକ ଶୁଳ୍କକୁ ୧୯୭୦ ଦଶକର ବାଣିଜ୍ୟ ଆଇନ ଅନୁଯାୟୀ ଯଥାର୍ଥ କରାଯାଇପାରିବ ନାହିଁ।


