August 11, 2026

ଖଣିଜ ଅଧିକାର କର ଉପରେ ମେ’ ୨୦ରେ ଶୁଣାଣି

1 min read

ନୂଆଦିଲ୍ଲୀ: କେନ୍ଦ୍ର ସରକାର କ୍ୟୁରେଟିଭ୍ ପିଟିସନ୍ ବିଚାରାଧୀନ ଥିବା କହିବା ପରେ ବୁଧବାର ସୁପ୍ରିମକୋର୍ଟ କହିଛନ୍ତି ଯେ ସେ ମେ’ ୨୦ ମଇରେ ଖଣିଜ ଅଧିକାର ଉପରେ କର ଲଗାଇବା ପାଇଁ ଆଇନଗତ କ୍ଷମତା ସମ୍ପର୍କିତ ଆବେଦନଗୁଡ଼ିକର ବିଚାର କରିବେ। ସୁପ୍ରିମକୋର୍ଟ ୨୦୨୪ ସେପ୍ଟେମ୍ବରରେ ୯ ଜଣିଆ ଖଣ୍ଡପୀଠର ୨୫ ଜୁଲାଇ, ୨୦୨୪ ନିଷ୍ପତ୍ତିର ପୁନର୍ବିଚାର ପାଇଁ ଆବେଦନଗୁଡ଼ିକୁ ଖାରଜ କରିଦେଇଥିଲେ, ଯେଉଁଥିରେ କୁହାଯାଇଥିଲା ଯେ ଖଣିଜ ଅଧିକାର ଉପରେ କର ଲଗାଇବା ପାଇଁ ଆଇନଗତ କ୍ଷମତା ରାଜ୍ୟମାନଙ୍କ ପାଖରେ ରହିଛି।