May 6, 2026

ଚଳିତ ଆଇପିଏଲ୍‌ର ୪ଟି ପ୍ଲେଅଫ୍‌ ମ୍ୟାଚ୍‌ର ସ୍ଥାନ ଘୋଷଣା ହୋଇନାହିଁ

1 min read

ବେଙ୍ଗାଲୁରୁ: ଚଳିତ ଆଇପିଏଲ୍‌ର ୪ଟି ପ୍ଲେଅଫ୍‌ ମ୍ୟାଚ୍‌ର ସ୍ଥାନ ଘୋଷଣା ହୋଇନାହିଁ। ତେବେ ବିସିସିଆଇ ମଧ୍ୟସ୍ଥ ସୂତ୍ରରୁ ପ୍ରକାଶ ଯେ ଗୋଟିଏ ପ୍ଲେଅଫ୍‌ ଓ ଫାଇନାଲ ବେଙ୍ଗାଲୁରୁର ଚିନ୍ନାସ୍ବାମୀ ଷ୍ଟାଡିୟମ୍‌ରେ ଖେଳାଯିବା ଯୋଜନା ରହିଛି। କାରଣ ଗତବର୍ଷର ଚମ୍ପିଆନ୍‌ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି)ର ଘରୋଇ ଗ୍ରାଉଣ୍ଡରେ ହିଁ ଫାଇନାଲ ଖେଳାଯିବାର କଥା। ଅନ୍ୟ ଦୁଇଟି ପ୍ଲେଅଫ୍‌ ମ୍ୟାଚ୍‌ ନ୍ୟୁ ଚଣ୍ଡିଗଡ଼ରେ ଖେଳା ଯାଇପାରେ। ହେଲେ ରାଜନୈତିକ କାରଣରୁ ବେଙ୍ଗାଲୁରୁରୁ ଫାଇନାଲ ମ୍ୟାଚ୍‌ ସ୍ଥାନାନ୍ତର କରିପାରେ ବିସିସିଆଇ।

କାରଣ କର୍ଣ୍ଣାଟକ​‌ରେ କ୍ଷମତାରେ ଥିବା କଂଗ୍ରେସ ଦଳର ବିଧାୟକ ବିଜୟାନନ୍ଦ ଦାବି କରିଛନ୍ତି ଯେ ରାଜ୍ୟର ସମସ୍ତ ବିଧାୟକ ଓ ସାଂସଦଙ୍କୁ ୫ଟି ଲେଖାଏଁ ଭିଆଇପି ପାସ୍‌ ଦିଆଯାଉ। କାରଣ ଉପରୋକ୍ତ ଜନ ପ୍ରତିନିଧି ହେଉଛନ୍ତି ‘ଭିଆଇପି’ ଏବଂ ସାଧାରଣ ଲୋକଙ୍କ ପରି ସେମାନେ ଧାଡ଼ିରେ ଛିଡ଼ାହୋଇ ଟିକଟ କିଣିପାରିବେ ନାହିଁ। ଏହି ଦାବିକୁ କର୍ଣ୍ଣାଟକ ରାଜ୍ୟ କ୍ରିକେଟ୍‌ ସଂଘ ଓ ବିସିସିଆଇ ଅଗ୍ରାହ୍ୟ କରିଥିଲେ।