ଆଇପିଏଲ୍ରେ ମୁମ୍ବଇ ଇଣ୍ଡିଆନ୍ସ ପ୍ଲେଅଫ୍ ଦୌଡ଼ରୁ ବାଦ୍ପଡ଼ିବା ଦ୍ବାରରେ ପହଞ୍ଚି ଯାଇଛି
1 min read
ମୁମ୍ବାଇ: ପାଞ୍ଚ ଥର ଚମ୍ପିଆନ୍ ମୁମ୍ବାଇ ଅଦ୍ୟାବଧି ୧୦ଟି ମ୍ୟାଚ୍ରୁ ମାତ୍ର ୩ଟି ଜିତି ୯ମ ସ୍ଥାନରେ ରହିଛି। କିଛି ଚମତ୍କାର କଲେ ମୁମ୍ବାଇ
ପ୍ଲେଅଫ୍ରେ ପହଞ୍ଚି ପାରେ। ମୁମ୍ବଇ ଇଣ୍ଡିଆନ୍ସ ପରି ଶକ୍ତିଶାଳୀ ଦଳର ଏପରି ପ୍ରଦର୍ଶନ ପାଇଁ ବିଶ୍ବର ଅନ୍ୟତମ ଶ୍ରେଷ୍ଠ ବୋଲର ଯଶପ୍ରୀତ ବୁମ୍ରାଙ୍କୁ ଦୋଷ ଦେଇଛନ୍ତି ବ୍ୟାଟିଂ ମହାରଥୀ ସୁନୀଲ ଗାଭାସ୍କର।
ବିଶ୍ବର ଯେକୌଣସି ବ୍ୟାଟିଂ ଲାଇନ୍କୁ ଧ୍ବଂସ କରିବାରେ ସମର୍ଥ ବୁମ୍ରା ଏବେ ସୁଦ୍ଧା ୧୦ଟି ମ୍ୟାଚ୍ରୁ ୩୨୯ ରନ୍ଦେଇ ମାତ୍ର ୩ଟି ୱିକେଟ୍ ପାଇଛନ୍ତି। ସେ ଓଭର ପିଛା ୮.୮୯ ରନ୍ ଦେଇଛନ୍ତି। ସେ ୪ ଓଭରରୁ ୪୫ ରନ୍ ଦେଇ ୱିକେଟ୍ ପାଇନଥିଲେ। ପୁଣି ଏହି ମ୍ୟାଚ୍ରେ ଗୋଟିଏ ଓଭରରେ ୨ଟି ସହ ବୁମ୍ରା ୩ଟି ନୋ’ବଲ୍ ପକାଇଥିଲେ। ଏହାକୁ ମଧ୍ୟ ଗାଭାସ୍କର ସମାଲୋଚନା କରିଛନ୍ତି। ତାଙ୍କ ଅନୁସାରେ, ମୋତେ କୁହନ୍ତୁ ନାହିଁ ଯେ ବୁମ୍ରା ନୋ’ବଲ୍ ପକାଇଛନ୍ତି। ଟ୍ବେଣ୍ଟି୨୦ ମ୍ୟାଚ୍ରେ ନୋ’ବଲ୍ ପକାଇବା ଅକ୍ଷମଣୀୟ। ତୁମେ ଜଣେ ପେସାଦାର କ୍ରିକେଟର।


