May 12, 2026

ବାର୍ସେଲୋନା ୨ୟ ସର୍ବାଧିକ ୨୯ ଥର ଏହି ସମ୍ମାନଜନକ ଟାଇଟଲ୍‌‌ ହାସଲ କରିଛି

1 min read

ବାର୍ସେଲୋନା: ସ୍ପେନ୍‌ର ପେସାଦାର ଫୁଟ୍‌‌ବଲ ଲିଗ୍‌‌ ବା ଲା ଲିଗାର ଚଳିତ ସଂସ୍କରଣରେ ବାର୍ସେଲୋନା କ୍ଲବ ଚମ୍ପିଆନ୍‌ ହୋଇଛି। ରବିବାର ରାତିରେ ଅନୁଷ୍ଠିତ ଏକ ମ୍ୟାଚରେ ବାର୍ସେଲୋନା ୨-୦ ଗୋଲ୍‌‌ରେ ଅନ୍ୟତମ ଫେଭରିଟ୍‌‌ ଦଳ ରିଅଲ ମାଦ୍ରିଦକୁ ପରାସ୍ତକରି ଚାମ୍ପିଅନ ହୋଇଛି। ମ୍ୟାଚର ପ୍ରଥମାର୍ଦ୍ଧରେ ହିଁ ବାର୍ସେଲୋନା ଉଭୟ ଗୋଲ୍‌ ଦେଇଥିଲେ। ୯ ମିନିଟରେ ମାର୍କସ ରାସ୍‌ଫୋର୍ଡ ଓ ୧୮ ମିନିଟରେ ଫେରାନ ଟରେସ୍‌ ବାର୍ସେଲୋନା ପାଇଁ ୨ଟି ଗୋଲ୍‌‌ ଦେଇଥିଲେ। ପରେ ମ୍ୟାଚ୍‌ ସମାପ୍ତି ସୁଦ୍ଧା ଆଉ ଗୋଲ୍‌ ହୋଇନଥିଲା। ଏହି ବିଜୟରୁ ଚଳିତ ଋତୁରେ ୩୫ଟି ମ୍ୟାଚରୁ ୩୦ଟି ଜିତି ବାର୍ସେଲୋନା ୯୧ ପଏଣ୍ଟ ପାଇ ଟେବୁଲ ଶୀର୍ଷରେ ରହି ଟ୍ରଫି ଜିତିବା ନିଶ୍ଚିତ କରିଛି। ଘରୋଇ ଗ୍ରାଉଣ୍ଡରେ ଖେଳିଥିବା ସମସ୍ତ ୧୮ଟି ମ୍ୟାଚ୍‌‌ରେ ବାର୍ସେଲୋନା ବିଜୟୀ ହୋଇଛି। ଲା ଲିଗା ଇତିହାସରେ ବାର୍ସେଲୋନା ୨ୟ ସର୍ବାଧିକ ୨୯ ଥର ଏହି ସମ୍ମାନଜନକ ଟାଇଟଲ୍‌‌ ହାସଲ କରିଛି। ରିଅଲ ମାଦ୍ରିଦ୍‌ ସର୍ବାଧିକ ୩୬ ଥର ଲା ଲିଗା ଟାଇଟଲ୍‌‌ ଜିତିପାରିଛି।