‘ଗେଟୱେ ଓଡ଼ିଶା ସାହିତ୍ୟ ସମାରୋହ -୨୦୨୬’ ଆୟୋଜିତ ହୋଇଛି
1 min read
ଭୁବନେଶ୍ଵର: ଓଡ଼ିଶା ସାହିତ୍ୟ ଏକାଡେମୀ ଓ ମାରୁତି ମିଡିଆ ପକ୍ଷରୁ ମିଳିତ ଭାବେ ରାଜ୍ୟସ୍ତରୀୟ ସାରସ୍ଵତ ଉତ୍ସବ ‘ଗେଟୱେ ଓଡ଼ିଶା ସାହିତ୍ୟ ସମାରୋହ -୨୦୨୬’ ଆୟୋଜିତ ହୋଇଛି। ରବିବାର ଭୁବନେଶ୍ଵରସ୍ଥିତ ଉତ୍କଳ ଚାମ୍ବର ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଲିମିଟେଡ (ୟୁସିସିଆଇଏଲ୍) ପରିସରରେ ଆୟୋଜିତ ଏହି ବିଶେଷ କାର୍ଯ୍ୟକ୍ରମରେ ବହୁ କବି, ସାହିତ୍ୟିକ ଓ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ। ୟୁସିସିଆଇଏଲ୍ ସଭାପତି ଡକ୍ଟର ପ୍ରବୋଧ ମହାନ୍ତି କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ।
ଏହି ସାହିତ୍ୟ ସମାରୋହରେ ବିଶିଷ୍ଟ ସାହିତ୍ୟିକା ପ୍ରଫେସର ଡକ୍ଟର ସଂଘମିତ୍ରା ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ବିଶିଷ୍ଟ କବି ତଥା ଭାରତ ସରକାରଙ୍କ ପ୍ରେସ ଇନଫର୍ମେସନ ବ୍ୟୁରୋର ଅତିରିକ୍ତ ମହାନିର୍ଦ୍ଦେଶକ ଅଖିଳ କୁମାର ମିଶ୍ର ସମ୍ମାନିତ ଅତିଥି ଏବଂ ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବ ଡକ୍ଟର ଚନ୍ଦ୍ରଶେଖର ହୋତା ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ।
ଏହି ଅବସରରେ ବିଶିଷ୍ଟ କବି ସୂର୍ଯ୍ୟ ମିଶ୍ର, ପ୍ରାବନ୍ଧିକ ଭାସ୍କର ପରିଚ୍ଛା, ଗାଳ୍ପିକା ହିରଣ୍ମୟୀ ମିଶ୍ର ଓ ମୌସୁମୀ ଦାସ୍, କବି ଡକ୍ଟର ଗଣେଶ୍ୱର ଜେନା, ଔପନ୍ୟାସିକା ମନୋରମା ସାହୁ ଏବଂ ପ୍ରାବନ୍ଧିକା ପ୍ରୀତିଛନ୍ଦା ଧଳଙ୍କୁ ‘ଗେଟୱେ ଓଡ଼ିଶା ସାହିତ୍ୟ ସମ୍ମାନ -୨୦୨୬’ରେ ସମ୍ମାନିତ କରାଯାଇଥିଲା।


