May 21, 2026

ହିଞ୍ଜିଳି ଥାନା ଖରିଡା ଗାଁରେ ହତ୍ୟାକାଣ୍ଡ ଘଟଣା

1 min read

ଗଞ୍ଜାମ: ହିଞ୍ଜିଳି ଥାନା ଖରିଡା ଗାଁରେ ହତ୍ୟାକାଣ୍ଡ ଘଟଣା। ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଚିଠି ଲେଖିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଚିଠିରେ ନବୀନ ପଟ୍ଟନାୟକ ଉଲ୍ଲେଖ କରିଛନ୍ତି ଯେ, ହିଞ୍ଜିଳି ଅନ୍ତର୍ଗତ ଖରିଡା ଗାଁରେ ଘଟିଥିବା ଏହି ଘଟଣା ଅତ୍ୟନ୍ତ ହୃଦୟବିଦାରକ । ମୋ ନିର୍ବାଚନ ମଣ୍ଡଳୀରେ ବୀଭତ୍ସ ହତ୍ୟାକାଣ୍ଡ ସାମ୍ନାକୁ ଆସିଛି। ନ୍ୟାୟ ପାଇଁ ଧାରଣା ଦେଇଥିବା ମହିଳାଙ୍କୁ ହତ୍ୟା କରାଯାଇଛି। ୩ ବର୍ଷର ଝିଅ ସାମ୍ନାରେ ମା’କୁ ହତ୍ୟା କରାଯାଇଛି। ଆପଣ ବ୍ୟକ୍ତିଗତ ହସ୍ତକ୍ଷେପ କରି ଦୋଷୀକୁ ଦଣ୍ଡବିଧାନ ବ୍ୟବସ୍ଥା କରନ୍ତୁ। ମିଳିଥିବା ସୂଚନା ଅନୁଯାୟୀ ମଙ୍ଗଳବାର ଏହି ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ଭାଉଜକୁ ଗାଁ ଦାଣ୍ଡରେ ହାଣି ଦେଇଛି ଦିଅର। ମୃତ ମହିଳା ଜଣକ ହେଉଛନ୍ତି ପୂଜା ସ୍ୱାଇଁ। ନ୍ୟାୟ ପାଇଁ ଧାରଣାରେ ବସିଥିବା ଯୁବତୀଙ୍କୁ ଦିଅର ହାଣିଦେଇଛି। ସ୍ୱାମୀଙ୍କ ଘର ସାମ୍ନାରେ ୩ ବର୍ଷର ଝିଅକୁ ଧରି ନ୍ୟାୟ ପାଇଁ ଧାରଣାରେ ବସି ଯୁବତୀ ଜଣକ ଗୁହାରି କରୁଥିଲେ।

ଏହି ଘଟଣାରେ ଅଭିଯୁକ୍ତ ଦିଅରକୁ ପୁଲିସ ଅଟକ ରଖି ତଦନ୍ତ କରୁଛି। ମହିଳା ଜଣକ ଗତ ୧୯ରେ ହିଞ୍ଜିଳି ଥାନାରେ ଏତଲା କରିଥିଲେ। ଘରୋଇ ହିଂସା ଅଭିଯୋଗରେ ମାମଲା ରୁଜୁ କରାଯାଇଥିଲା। ମହିଳା ଜଣଙ୍କ ଏନେଇ ବ୍ରହ୍ମପୁର ମହିଳା ଥାନାକୁ ମଧ୍ୟ ଜଣାଇଥିଲେ। ପୁଲିସ ମୃତଦେହ ଜବତ କରିବା ସହ ଛୋଟ ପିଲାଟିକୁ ଚାଇଲ୍ଡ ଲାଇନ ପଠାଯିବ ବୋଲି ଜଣାପଡ଼ିଛି। ଶାଶୁ ଘର ସାମ୍ନାରେ ନ୍ୟାୟ ପାଇଁ ଧାରଣାରେ ବସିଥିଲେ। ନ୍ୟାୟ ପାଇଁ ଗୁହାରି କରୁଥିବାବେଳେ ଦିଅର ଜଣକ ଏଭଳି କାଣ୍ଡ ଘଟାଇଛି । ଯୁବତୀ ଜଣକ ୩ ବର୍ଷ ତଳେ ପ୍ରେମ ବିବାହ କରିଥିଲେ। ୩ ବର୍ଷର ଶିଶୁ ଥିବାବେଳେ ଯୁବତୀ ଜଣକ ଗର୍ଭବତୀ ଥିଲେ ବୋଲି ସୂଚନା ମିଳିଛି।