May 1, 2026

ଗତକାଲି ଘଟିଥିବା ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୯କୁ ପହଞ୍ଚିଛି

1 min read

ଜବଲପୁର: ମଧ୍ୟପ୍ରଦେଶର ଜବଲପୁର ଜିଲ୍ଲା ଦେଇ ପ୍ରବାହିତ ନର୍ମଦା ନଦୀର ବର୍ଗୀ ଡ୍ୟାମ୍‌ରେ ଗତକାଲି ଘଟିଥିବା ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୯କୁ ପହଞ୍ଚିଛି। ଆଜି ଉଦ୍ଧାରକାରୀ ଦଳ ଆହୁରି ପାଞ୍ଚଟି ମୃତଦେହ ଉଦ୍ଧାର କରିଛନ୍ତି। ବାଇଶ ଜଣ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଛି। ଛଅ ଜଣଙ୍କର ସନ୍ଧାନ ଏବେ ବି ଜାରି ରହିଛି।